• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶ୍ରୀମନ୍ଦିର ମୂଳ ରତ୍ନଭଣ୍ଡାରକୁ ନିଆଗଲା ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ତଥା ବହୁମୂଲ୍ୟ ସାମଗ୍ରୀ

Proprietor Abhimanyu Maharana by Proprietor Abhimanyu Maharana
September 25, 2025
in ଓଡ଼ିଶା, ପୁରୀ, ହୋମ୍
0
ଶ୍ରୀମନ୍ଦିର ମୂଳ ରତ୍ନଭଣ୍ଡାରକୁ ନିଆଗଲା ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ତଥା ବହୁମୂଲ୍ୟ ସାମଗ୍ରୀ
Share on FacebookShare on TwitterWhatsapp

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରଥଯାତ୍ରା -୨୦୨୪ ସମୟରେ ମୂଳ ରତ୍ନଭଣ୍ଡାରରୁ ରତ୍ନ ଅଳଂକାର ଓ ସାମଗ୍ରୀ ସବୁ ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତରିତ ହୋଇଥିଲା | ସଂରକ୍ଷଣ ତଥା ମରାମତି ପରେ ନୂଆ ରୂପ ପାଇଥିବା ଶ୍ରୀମନ୍ଦିର ମୂଳ ରତ୍ନଭଣ୍ଡାରକୁ ସମସ୍ତ ବହୁମୂଲ୍ୟ ଅଳଙ୍କାର ତଥା ସାମଗ୍ରୀ ଆଜି ସ୍ଥାୟୀ ଭାବରେ ନିଆଯାଇଛି l ଶୁଭବେଳା ଆଜି ପୂର୍ବାହ୍ନ ୧୦ ଟା ୫୫ ମିନିଟରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଠିକ୍ ଅପରାହ୍ନ ୨ ଟା ୫୫ ମିନିଟ୍ ସମୟରେ ଶେଷ ହୋଇଥିଲା l

ଶ୍ରୀଜଗନ୍ନାଥ ମନ୍ଦିର ନିୟମାବଳୀ-୧୯୬୦ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ, ଏହି କାର୍ଯ୍ୟ ସମ୍ପାଦିତ ହୋଇଛି l ଗତ ବର୍ଷ (୨୦୨୪) ରଥଯାତ୍ରା ସମୟରେ ମରାମତି ଓ ସଂରକ୍ଷଣ ଉଦ୍ଦେଶ୍ଯରେ ମୂଳ ରତ୍ନଭଣ୍ଡାର (ଉଭୟ ବାହାର ଏବଂ ଭିତର) ଅଳଙ୍କାର ତଥା ସାମଗ୍ରୀ ଅସ୍ଥାୟୀ ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ଭାବରେ ଖଟଶେଜ ଘର (ଭିତର) ଏବଂ ଚାଙ୍ଗଡ଼ା ଓ ଫୁଲ ଘର (ବାହାର ଭଣ୍ଡାର) କୁ ସ୍ଥାନାନ୍ତରିତ ହୋଇଥିଲା l

ଗତ ଜୁଲାଇ ୭ ତାରିଖରେ ଏଏସ୍ଆଇ ପକ୍ଷରୁ ମୂଳ ରତ୍ନଭଣ୍ଡାର (ଉଭୟ ବାହାର ଏବଂ ଭିତର) ମରାମତି ତଥା ସଂରକ୍ଷଣ ଶେଷ ହୋଇଥିବା ବେଳେ ଆଜି ଅସ୍ଥାୟୀ ଭଣ୍ଡାରରୁ ସମସ୍ତ ବହୁମୂଲ୍ୟ ସମାଗ୍ରୀ ସ୍ଥାୟୀ ଭାବେ ମୂଳ ରତ୍ନଭଣ୍ଡାରକୁ ନିଆଯାଇଛି l ଏହି ସ୍ଥାନାନ୍ତର ପୂର୍ବରୁ ଗତ ୧୯ ତାରିଖରେ, ନୂଆ ରୂପ ପାଇଥିବା ଭଣ୍ଡାରକୁ ସଂସ୍କାର କରାଯାଇଥିଲା l

ପୂର୍ବନିର୍ଦ୍ଧାରିତ ବ୍ୟବସ୍ଥା ତଥା ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ, ଆଜି ପୂର୍ବାହ୍ନ ଶୁଭବେଳାରେ ରତ୍ନଭଣ୍ଡାର କମିଟି ତଥା ଉଚ୍ଚସ୍ତରୀୟ କମିଟି ସଦସ୍ୟ ମାନେ ପାରମ୍ପରିକ ପୋଷାକ ପରିଧାନ କରି ଶ୍ରୀମନ୍ଦିର ଜଗମୋହନକୁ ପ୍ରବେଶ କରିଥିଲେ l ମହାପ୍ରଭୁଙ୍କ ଦର୍ଶନ ଆଶୀର୍ବାଦ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା l

ଟ୍ରେଜେରୀରୁ ଆସିଥିବା ଚାବିରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅସ୍ଥାୟୀ ଭିତର ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ଖଟଶେଜ ଘର ଖୋଲାଯାଇ ଥିଲା l ସମସ୍ତ ବହୁମୂଲ୍ୟ ସାମଗ୍ରୀ ସେଠାରୁ ସ୍ଥାୟୀ ଭିତର ଭଣ୍ଡାରକୁ ନିଆଯାଇଥିଲା l ସମସ୍ତ ଅଳଂକାର ଓ ସାମଗ୍ରୀ ଯିବା ପରେ ବ୍ୟବସ୍ଥା ଅନୁସାରେ ମୂଳ ଭିତର ରତ୍ନଭଣ୍ଡାରକୁ ତାଲା ପକାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ କରାଯାଇଥିଲା ଏବଂ ସମ୍ପୃକ୍ତ ଚାବି ଜିଲ୍ଲା ଟ୍ରେଜେରୀରେ ଜମା ଦିଆଯାଇଛି l

ଏହା ପରେ ବ୍ୟବସ୍ଥା ଅନୁସାରେ, ଚାଙ୍ଗଡ଼ା ଘର ଅସ୍ଥାୟୀ ବାହାର ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ଖୋଲା ଯାଇଥିଲା l ଗଜପତି ମହାରାଜାଙ୍କ ଚାବି, ଶ୍ରୀମନ୍ଦିର ପ୍ରଶାସନ ଏବଂ ଭଣ୍ଡାର ମେକାପଙ୍କ ତିନି ଗୋଟି ଚାବି ଆସି ଏହା ଖୋଲାଯାଇଥିଲା l ସେଠାରୁ ସମସ୍ତ ସାମଗ୍ରୀ ନୂଆ ରୂପ ପାଇଥିବା ମୂଳ ବାହାର ଭଣ୍ଡାରକୁ ନିଆଯାଇଥିଲା l

ସବୁ ସାମଗ୍ରୀ ସ୍ଥାନାନ୍ତର ହେବା ପରେ ମୂଳ ବାହାର ଭଣ୍ଡାରକୁ ତିନି ଟି ଯାକ ତାଲା ପକାଇ ବନ୍ଦ କରାଯାଇଥିଲା l ଉଭୟ ଭଣ୍ଡାର ସାମଗ୍ରୀ ସ୍ଥାନାନ୍ତର ପ୍ରକ୍ରିୟା ଭିଡିଓଗ୍ରାଫି ମଧ୍ଯ କରାଯାଇଥିଲା । କାର୍ଯ୍ୟ ସମାପନ ପରେ ସମସ୍ତ ସଦସ୍ୟ ମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପ୍ରଣିପାତ ଜଣାଇଥିଲେ l ସୁରକ୍ଷା ଯାଞ୍ଚ ପରେ ସମସ୍ତ ସଦସ୍ୟ ଜଗମୋହନରୁ ପ୍ରସ୍ଥାନ କରିଥିଲେ।

ସମଗ୍ର ରତ୍ନଭଣ୍ଡାର ପ୍ରକ୍ରିୟାରେ ଅକୁଣ୍ଠ ସହଯୋଗ ତଥା ମାର୍ଗଦର୍ଶନ ପାଇଁ ରାଜ୍ୟ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି ତଥା ଏହାର ଅଧ୍ୟକ୍ଷ ଶ୍ରୀ ଗଜପତି ମହାରାଜା, ଉଚ୍ଚ ସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ଏହାର ସମସ୍ତ ସଦସ୍ୟ, ସମସ୍ତ ନିଯୋଗର ସେବକ ବନ୍ଧୁ ମାନେ,

ଏଏସ୍ଆଇ ର ସମସ୍ତ ଅଧିକାରୀ/କର୍ମଚାରୀ, ଶ୍ରୀମନ୍ଦିର, ଜିଲ୍ଲା ଏବଂ ପୋଲିସ ପ୍ରଶାସନର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ବନ୍ଧୁମାନେ ଏବଂ ଦର୍ଶନ କଟକଣା ଆଦି ସତ୍ତ୍ୱେ ମହାପ୍ରଭୁଙ୍କ ସେବାରେ ସହଯୋଗ କରିଥିବା ଅଗଣିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭକ୍ତ ମାନଂକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ପଞ୍ଚାୟତିରାଜ, ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ

August 3, 2026
ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

August 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ପଞ୍ଚାୟତିରାଜ, ପାନୀୟ ଜଳ ଓ ପରିମଳ ବିଭାଗର ନିର୍ଦ୍ଦେଶକଙ୍କ ତିନି ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ

August 3, 2026
ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ

ଚୋରି ଓ ଛିନତାଇ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ୨ ନାବାଳକଙ୍କ ସମେତ ୩ ଗିରଫ ଏବଂ ଚୋରି ସାମଗ୍ରୀ ଜବତ

August 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version