ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର, ହିଞ୍ଜିଳିକାଟୁ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଦେଶରେ ସୁସ୍ଥ ନାରୀ ସଶକ୍ତ ପରିବାର ରାଷ୍ଟ୍ରୀୟ ଅଭିଯାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ଏକ ଦିବସୀୟ ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ତଥା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଶାନ୍ତି ପ୍ରିୟ ଡ଼ାକ୍ତର ଶ୍ରୀକାନ୍ତ ସାହୁଙ୍କ ସଂଯୋଜନରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରକୁ ଗଞ୍ଜମ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବେ ବିଡ଼ିଓ ସୁଶ୍ରୀ ସାଗରୀକା ଷଢ଼ଙ୍ଗୀ, ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ବିଧାୟକଙ୍କ ପୌର ପ୍ରତିନିଧି ପ୍ୟାରୀ ମୋହନ ପାଢ଼ୀ ଓ ଆସ୍କା ସାଂସଦ ପ୍ରତିନିଧି ଶିଶିର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଗତ ୧୭ ସେପ୍ଟେମ୍ବର ଠାରୁ ଆସନ୍ତା ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ମୁଖ୍ୟ ଅତିଥି ଅବଗତ କରିଥିଲେ। ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଅଭିଜ୍ଞ ଡାକ୍ତର ଙ୍କ ସହ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଆୟୋଜିତ ବିଶେଷଜ୍ଞ ସ୍ୱାସ୍ଥ୍ୟ ଶିବିରରେ ୯ ଟି କେନ୍ଦ୍ରରେ ବିଭିନ୍ନ ବର୍ଗର ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବିତରଣ କରା ଯାଇଥିଲା ।
କାର୍ଯ୍ୟକ୍ରମରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ପ୍ରତିଭା କୁମାରୀ ପାତ୍ର, ଶୈଲ୍ୟ ବିଶେଷଜ୍ଞ ଡାକ୍ତର ତପନ ମଲ୍ଲ, କର୍ଣ୍ଣ, ନାସା ଓ ଗଳା ବିଶେଷଜ୍ଞ ଡାକ୍ତର ଇ.ସଞ୍ଜିତ କୁମାର ପାତ୍ର, ଭେଷଜ ବିଶେଷଜ୍ଞ ଡାକ୍ତର ଦେବଜାନୀ ସାହୁ,ଡାକ୍ତର ଆଦିତ୍ୟ ମହାପାତ୍ର, ଡାକ୍ତର ସନ୍ତୋଷ କୁମାର ଷଢ଼ଙ୍ଗୀ, ଡାକ୍ତର ସୋନାଲି ଗୁପ୍ତା, ସ୍ଵୟମ୍ଭୁ ଶେଖର ରାୟ, ଡାକ୍ତର ଦୁର୍ଗା ପ୍ରସାଦ ପଣ୍ଡା, ଡାକ୍ତର ମାଧବ କୁମାର ସାହୁ ପ୍ରମୁଖ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସ୍ଥାନୀୟ ଚିକିତ୍ସାଳୟର ୧୫ ଜଣ ଡ଼ାକ୍ତର ଓ କର୍ମଚାରୀଙ୍କୁ ମୁଖ୍ୟ ଅତିଥି ନିକ୍ଷୟ ମିତ୍ର ଭାବେ ସମ୍ମାନିତ କରିଥିଲେ ।

ନିକ୍ଷୟମିତ୍ର ମାନେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ୧ ମାସ ପାଇଁ ଆବଶ୍ୟକୀୟ ଔଷଧ ଓ ପୋଷଣ ଯୁକ୍ତ ଖାଦ୍ୟ ପୁଡ଼ିଆ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଅଶୋକ କୁମାର ମିଶ୍ର, ଫାର୍ମାସିଷ୍ଟ କାର୍ତ୍ତିକ ସାହୁ, ମହେଶ୍ୱତା ପାତ୍ର ପ୍ରମୁଖଙ୍କ ସମେତ ଆଶାକର୍ମୀ ସହଯୋଗ କରିଥିଲେ।ହିସାବ ରକ୍ଷକ ସତ୍ୟ ନାରାୟଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିରରେ ବିଭିନ୍ନ ବର୍ଗର ସମୁଦାୟ ୬୨୧ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।














