
ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ଶନିବାର) ବରଗଡ଼ :- ଜିଲ୍ଲା ରେ କରୋନା ସଙ୍କ୍ରମିତ ଙ୍କ ସଙ୍ଖ୍ୟା କ୍ରମଶଃ ବୃଦ୍ଧି ପାଇ ଚିନ୍ତା ର କାରଣ ପାଲଟିଛି । ତେବେ ଅଧିକ ଆଣ୍ଟିଜେଣ୍ଟ ଟେଷ୍ଟ ଓ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରାଯିବା ସହ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଥିବାରୁ ଏବେ ନିୟତ୍ରାଣାଧିନ । ରହିଛି। ଗତ ଏକ ମାସ ମଧ୍ୟରେ ସରକାରୀ ସୂଚନା ମୁତାବକ ଅଗଷ୍ଟ ୧୧ ରେ ଜିଲ୍ଲା ରେ ସ°କ୍ରମିତଙ୍କ ସଂଖ୍ୟା ୧୫ ଥିବା ବେଳେ ସମୁଦାୟ ୭୧୬ ଜଣ ସ°କ୍ରମଣ ହୋଇଥିଲେ । ସେଥିମଧ୍ୟରୁ ୪୪୨ ଜଣ ସୁସ୍ଥ ହୋଇଥିଲେ । ମୃତ୍ୟୁ ସଂଖ୍ୟା ୩ ଥିବା ବେଳେ ୨୭୧ ଆକ୍ଟିଭ କେଶ ରହିଥିଲା । ସେପ୍ଟେମ୍ବର ୧୧ରେ ଏହା ୯୭ ରେ ପହଞ୍ଚିଛି । ସମୁଦାୟ ୪୦୩୯ ଜଣ କରୋନା ସଙ୍କ୍ରମିତ ହୋଇଥିବା ବେଳେ ୨୩୩୬ ଜଣ ସୁସ୍ଥ ହୋଇଛନ୍ତି । ଏ ପର୍ଯ୍ୟନ୍ତ ଜିଲ୍ଲା ରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଏବଂ ୧୬୯୪ ଆକ୍ଟିଭ କେଶ ରହିଥିବା ଜିଲ୍ଲା ପ୍ରଶାସନ ର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।
ଆଜି ର ସରକାରୀ ସୂଚନା ମୁତାବକ ଜିଲ୍ଲା ରେ ସ°କ୍ରମିତଙ୍କ ସଂଖ୍ୟା ୧୩୯ ରହିଥିବା ବେଳେ ସମୁଦାୟ ୪୧୭,ସୁସ୍ଥ ଭାବେ ୨୬୭୫ ଜଣ, ଏବଂ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ୧୬୯୪ ଆକ୍ଟିଭ କେଶ ରହିଥିବା ସୂଚନା ଦେଇଛନ୍ତି । କୋଭିଟ ୧୯ ରୁ ରକ୍ଷା ପାଇଁ ମାକ୍ସ ଲଗାଇବା ସହିତ ସାମାଜିକ ଦୂରତା ରକ୍ଷା, ହାତକୁ ସେନିଟାଇଜ ବା ସାବୁନ ରେ ଧୋଇବାକୁ ସଚେତନ କରାଯାଉଛି । ଅଧିକ ଦରକାର ନ ହେଲେ ଘରେ ସୁରକ୍ଷିତ ଭାବେ ରହିବାକୁ ପରାମର୍ଶ ଦିଆଯାଉଛି । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)














