ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରତ୍ନଭଣ୍ଡାର ରୁ ସ୍ଥାନାନ୍ତର ହୋଇଥିବା ସିନ୍ଦୁକ ଗୁଡିକୁ ପୁଣି ରତ୍ନଭଣ୍ଡାରରେ ଆସନ୍ତା କାଲି ମଙ୍ଗଳବାର ରଖାଯିବ । ୧୯୭୮ ମସିହା ଗଣତିମଣତି ଓ ମେଳକ କରି ରଖିବା ସହ ଲକ୍ଷ ଲକ୍ଷ ଭକ୍ତଙ୍କୁ ଜଣାଇବା ପାଇଁ ଜଗନ୍ନାଥ ସେନା ଦାବି କରିଛି । ଏହାର ସିବିଆଇ ତଦନ୍ତ ଦାବି କରି ସମୁଦ୍ରକୂଳେ ଦୀପଦାନ ଓ ବିକ୍ଷୋଭ ସେନା ପକ୍ଷରୁ କରାଯାଇଛି । ଜଗନ୍ନାଥ ସେନାର ଦାବି ମଧ୍ଯରେ ଗଣତିମଣତି କହି ସରକାର ଭୁଆଁ ବୁଲାଉଛନ୍ତି ।

ଏହାର ତୁରନ୍ତ ଗଣତିମଣତି କରାଯାଉ । ସିନ୍ଦୁକ ବଦଳିଲା ମାତ୍ର ରତ୍ନ ଗଣା ହେଲାନାହିଁ । ୧୯୭୮ ମସିହା ଗଣତିମଣତି ତାଲିକା ଅନୁସାରେ ବର୍ତ୍ତମାନ କେତେ ଅଳଙ୍କାର ଅଛି । ସେହି ଅଳଙ୍କାର ଅଛି କି ନାହିଁ ଓ ଅଳଙ୍କାର ଓଜନ ବଢିଛି ନା କମିଛି ଏ ସମ୍ପର୍କରେ ଭକ୍ତଙ୍କୁ ଜଣାଇ ଦିଆଯାଉ । ଇଏ ନେଲା ସିଏ ନେଲା ଆଉ କେତେ ରହିଲା ତାହା ମଧ୍ଯ ଭକ୍ତଙ୍କୁ ଜଣାଇବା ସହ ସିବିଆଇ ତଦନ୍ତ କରାଯାଉ । ମୁଣ୍ଡ କଥା ତୁଣ୍ଡରେ ଧରା ହେବ ନାହିଁ ର କି ରହସ୍ଯ ରହିଛି ।















