• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ହିଞ୍ଜିଳିର ଅନନ୍ୟ ଶକ୍ତିପୀଠ ମା କନକ ଦୁର୍ଗା

Proprietor Abhimanyu Maharana by Proprietor Abhimanyu Maharana
September 12, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ହିଞ୍ଜିଳିର ଅନନ୍ୟ ଶକ୍ତିପୀଠ ମା କନକ ଦୁର୍ଗା
Share on FacebookShare on TwitterWhatsapp


ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ଶନିବାର) ହିଞ୍ଜିଳିକାଟୁ :-
ଭାରତବର୍ଷ ଯଥାର୍ଥରେ ଏକ ମହିମୈଘିକ ଭୂଖଣ୍ଡ । ଦିନେ ଏହାର ପବିତ୍ର ଭୂମିଥିଲା ଚୈତନ୍ୟ ଦେବ-ଦେବୀଙ୍କର ଲୀଳାକ୍ଷେତ୍ର । କିନ୍ତୁ ଦୈବ୍ୟ ଯୁଗର ଅବସାନ ପରେ ଏ ଦେଶରେ ଜନ୍ମ ନେଇଥିଲା ଭକ୍ତି ଯୁଗ । ଭକ୍ତି ଯୁଗର ଆଦି କାଳରେ ନିରାକାର ଜ୍ୟୋତିସ୍ୱରୁପ ପରମତ୍ମା ଶିବଙ୍କ ଉପାସନା ହିଁ ଥିଲା ମୁଖ୍ୟ । ସମୟକ୍ରମେ ଏଠାରେ ଶକ୍ତି ଉପାସନାର ପ୍ରବଳତା ମଧ୍ୟ ପରିଲିକ୍ଷିତ ହୋଇଥିଲା । ଏହି ସମୟରେ ଭାରତବର୍ଷରେ ବହୁ ଶକ୍ତିପୀଠ ମୁଣ୍ଡଟେକି ଉଠିଥିଲା । ସେମାନଙ୍କ ମଧ୍ୟରୁ ଆଜି କେତେକ କାଳର କରାଳ ସ୍ରୋତରେ ନିଶ୍ଚିହ୍ନ ହୋଇଯାଇଛନ୍ତି ତ, କେତେକ ଭଗ୍ନ କଳେବର ନେଇ ତୃପ୍ତ ଅତୀତର ମୁକସାକ୍ଷୀ ରୂପେ ଦଣ୍ଡାୟମାନ । ଏପରିକି ଆଉ କେତକ କୌଣସି ଧର୍ମପ୍ରାଣ ବ୍ୟକ୍ତିର ସହଯୋଗରେ ଧ୍ୱଂସସ୍ତୁପ ତଳୁ ପୁନରୂଦ୍ଧାର ହୋଇ ଅତୀତର ଗୌରବମୟ ଇତିହାସର ପୁନରାବୃତି କରୁଛି । ଏମିତି ଏକ ଧ୍ୱଂସସ୍ତୁପରୁ ଆତ୍ମପ୍ରକାଶ କରିଥିବା ସ୍ୱକୀୟ ମହିମାରେ ଦିପ୍ତିମନ୍ତ ଶକ୍ତିପୀଠ ହିଞ୍ଜିଳିର ଆରାଧ୍ୟ ମା କନକଦୁର୍ଗା ମନ୍ଦିର ।

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରୁ ୨୨ କିଲୋମିଟର ଉତରରେ ହିଞ୍ଜିଳିକାଟୁ ସହର ଅବସ୍ଥିତ । ଏହାର ବାମ ପ୍ୱାଶ୍ୱର୍ରେ ମେଣ୍ଢାଖାଇ ଓ ଦକ୍ଷିଣ ପ୍ୱାଶ୍ୱର୍ରେ ବାରାହୀ ପାହାଡ଼ ଦୁଇ ଜାଗ୍ରତ ପ୍ରହରି ପରି ଦଣ୍ଡାୟମାନ । ଏଠାକାର ବର୍ଷୀୟାନ ଶିକ୍ଷକ ଶ୍ରୀଯୁକ୍ତ କାଶିନାଥ ପାଠୀ ହିଞ୍ଜିଳିକାଟୁ ସହରର ପ୍ରାଚିନ ଐତିହ୍ୟ ତଥା ଦେବୀ କନକଦୁର୍ଗାଙ୍କ ଶକ୍ତି ଓ ମହିମାର ସ୍ମୃତି ରୋମନ୍ଥନ କରି କୁହନ୍ତି ସେହି ଦିନଟି ଥିଲା ୧୯୬୩ ମସିହାର ଏକ ଶୁଭ ସକାଳ । ହିଞ୍ଜିଳିର ପ୍ରତିଟି ନଗରବାସୀଙ୍କ ମୁହଁରେ ଅପୂର୍ବ ଉଲ୍ଲାସର ରେଖା । ହୃଦୟରେ ଖୁସିର ପ୍ରକମ୍ପନ । ଆଖିରେ ଆନନ୍ଦର ଅନିର୍ବାର ଦୀପଶିଖା । କାରଣ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ସେ ଥିଲା ଉଦଘାଟନ ଦିବସ । ଏହି ଶୁଭ ଅବସରରେ ଉଦଘାଟନ ଉତ୍ସବରେ ଯୋଗଦେବାକୁ ଆସିଥାନ୍ତି କଳିଙ୍ଗର ବରପୁତ୍ର ତଥା ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ସାଥିରେ ଓଡ଼ିଶାର ବରେଣ୍ୟ ସାରସ୍ୱତ ସାଧକ ବାଗ୍ମୀ ଋଷିପ୍ରତିମ ଗୌରୀଶଙ୍କର ବ୍ରହ୍ମା ।

ଶ୍ରୀ ବ୍ରହ୍ମା ନିଜ ବକ୍ତବ୍ୟରେ ମାଦଳା ପାଞ୍ଜିକୁ ଆଧାର କରି ହିଞ୍ଜିଳିକାଟୁ ନଗରର ପ୍ରାଚୀନତା ଓ ଏହାର ନାମକରଣ ମୂଳରେ ଥିବା ଐତିହାସିକ ସତ୍ୟତାକୁ ପ୍ରତିପାଦନ କରି କହିଥିଲେ ପ୍ରାଚୀନ ଗଞ୍ଜାମ ଜିଲ୍ଲାରେ ହିଙ୍ଗୁଳାକଟକ ନାମରେ ଏକ ନଗରୀ ଅବସ୍ଥିତ ଥିଲା । ଏହି ନଗର ପାଶ୍ୱର୍ରେ ଶ୍ୟାମଳ ତରୁ ଲତା ପୂଣ୍ଣ ପାହାଡ଼ର ଶୋଭାଥିଲା ଅତୀବ ଚିତାକର୍ଷକ । ଏହି ପାହାଡ଼ର ଶିର୍ଷ ଦେଶରେ ପ୍ରାକୁତିକ ଭାବରେ ଷୋହଳଟି ପଥରର ଗୁମ୍ଫା ବା ଗମ୍ଭିରା ରହିଥିଲା । ଏହାର ଗୋଟିଏ ଗମ୍ଭିରାରେ ଦେବୀ ବରାହୀ ଷୋଡ଼ଶୀ ରୂପରେ ଆବିର୍ଭୂତା ଥିଲେ । ତେଣୁ ବହୁ ମୁନି, ଋଷି, ସାଧକ ନିଜ ସାଧନାର ଊପଯୁକ୍ତ କ୍ଷେତ୍ର ରୂପେ ଏହି ପାହାଡ଼ଟିକୁ ବାଛି ନେଇଥିଲେ । ଦେବୀ ବାରାହୀଙ୍କ ଅବସ୍ଥାନ ଯୋଗୁଁ ସେମାନେ ଶ୍ରଦ୍ଧା ଓ ଭକ୍ତିରେ ପାହାଡ଼ଟିକୁ ବାରାହୀ ପାହାଡ଼ ନାମରେ ଡ଼ାକିବାକୁ ଲାଗିଲେ । ମାତା ବାରାହୀଙ୍କ ଅସୀମ କରୁଣାରୁ ହିଙ୍ଗୁଳାକଟକ ମହାମାରୀ, ରୋଗବ୍ୟାଧି,ପ୍ରାକୃତିକ ବିପର୍ଯ୍ୟୟ ତଥା ଭୂତପ୍ରେତାଦିଙ୍କ ପ୍ରଭାବରୁ ମୁକ୍ତ ଥିଲା । ତେଣୁ ନଗରବାସୀ ଦେବୀ ବରାହୀଙ୍କ ହିଙ୍ଗୁଳାକଟକର ରକ୍ଷାକର୍ତା ଓ ଆରାଧ୍ୟ ହୋଇଥିବା ଯୋଗୁଁ ତାଙ୍କୁ ହିଙ୍ଗୁଳାଇ ବୋଲି ମଧ୍ୟ କହୁଥିଲେ ।

କ଼ାଳକ୍ରମେ ସେହି ହିଙ୍ଗୁଳାକଟକ ଆଧୁନିକ ହିଞ୍ଜିଳିକାଟୁ ନାମରେ ନିଜ ପରିଚୟ ସାବ୍ୟସ୍ତ କରୁଥିବା ଅନୁମାନ କରାଯାଏ । ପୁନଶ୍ଚ ପ୍ରାଚୀନ ବରାହୀ ପାହାଡ଼, ବର୍ତମାନ ଅପଭ୍ରଂଶ ହୋଇ ବାଉରି ପାହାଡ଼ରେ ରୁପାନ୍ତରିତ ହେବା ମିଥ୍ୟା ହୋଇନପାରେ । ଜଗନ୍ମାତା ବରାହୀଙ୍କ ଅସ୍ୟମ ଶକ୍ତି ଓ ଶତୃସଂହାରିଣୀ ରୂପର ବଣ୍ଣନା କରିବାକୁ ଯାଇ ଡ଼ାକ୍ତର ପ୍ରଭାକର ପାଢି, ହାଡ଼ୁହର୍ଷଦ ପାଢି ଆଦି ବୟୋବୃଦ୍ଧ ବ୍ୟକ୍ତି ମାନେ କୁହନ୍ତି ମହାରାଜା ମୁକୁନ୍ଦଦେବଙ୍କ ରାଜତ୍ୱ କାଳରେ କଳାପାହାଡ଼ ଯେତେବେଳେ ହିନ୍ଦୁ ଦେବ-ଦେବୀ ମନ୍ଦିର ଗୁଡ଼ିକୁ ଧ୍ୱସଂ କରିବାର ଉଗ୍ର ସଂକଳ୍ପ ନେଇ ଅଗ୍ରସର ହେଉଥିଲା, ସେତେବେଳେ ତାର କୃର ଦୃଷ୍ଟି ପକ୍ଷରୁ ଦେବୀ ବରାହୀ ମଧ୍ୟ ବାଦ୍ ପଡ଼ିନଥିଲେ । କିନ୍ତୁ କଳାପାହାଡ଼ ଯେତେବେଳେ ଦେବିଙ୍କର ପାଷାଣ ବିଗ୍ରହଟିକୁ ଭାଙ୍ଗି ଦେବାକୁ ଉଦ୍ୟତ ଠିକ ସେତେବେଳେ ଦେବୀ ନିଜେ ଚୈତନ୍ୟ ରୂପରେ ଖଡଗହସ୍ତା ହୋଇ କଳାପାହାଡ଼ର ଦର୍ପକୁ ଚୂର୍ଣ୍ଣ କରିଦେଇଥିଲେ । ତେଣୁ ପରାଜୟର ଗ୍ଳାନିରେ ଜର୍ଜରିତ କଳାପାହାଡ଼, ଦେବୀଙ୍କ ନିକଟରେ ନତଯାନୁ ପୂର୍ବକ ପ୍ରାୟ ୧୫ ଏକର ଜମି ଦେବୀଙ୍କ ଭୋଗନୀତି ନିମନ୍ତେ ଦାନ କରିଥିଲେ । ଯାହାକି ବର୍ତମାନ ମଧ୍ୟ ରାଜସ୍ୱ ବିଭାଗର ନଥିରେ କଳାପାହାଡ଼ ଇନାମ ଦେବୀଚିରା ନାମରେ ଲିପିବଦ୍ଧ । ତେଣୁ ହିଞ୍ଜିଳି ଶକ୍ତିପୀଠ ବରାହୀଙ୍କର ଐତିହାସିକ ସତ୍ୟତକୁ ଅସ୍ୱୀକାର କରାଯାଇନପାରେ । ବର୍ତମାନ ହିଞ୍ଜିଳି ଗ୍ରାମ ମଧ୍ୟରେ ଥିବା କନକଦୁର୍ଗା ମନ୍ଦିରଟି ବହୁ ପୁର୍ବରେ ସପ୍ନେଶ୍ୱର ଶିବ ମନ୍ଦିରର ବାମ ପାଖରେ କୌଣସି ଏକ ଧ୍ୱସଂ ସ୍ଥୂପର କେତୋଟି ଶିଳାଖଣ୍ଡ ରୂପେ ପଡ଼ିରହିଥିଲା ।

କିନ୍ତୁ ପରବର୍ତି ସମୟରେ ଚୌଧୁରୀ ବଂଶର ଧର୍ମନିଷ୍ଠ ଦାୟାଦ ବୀରବର ଗୌରାଙ୍ଗ ଚରଣ ଚୌଧୁରୀ ମହାପାତ୍ରଙ୍କ ଦ୍ୱାରା ନିର୍ମାଣ ହୋଇଥିବା କଥା ଜଣାଯାଏ । ବର୍ତମାନ ଏହି ଚୌଧୁରୀ ବଂଶର ୮୫ ବର୍ଷିୟ ବୃଦ୍ଧ ପଦ୍ମ ଚରଣ ଚୌଧୁରୀ ଏହା ତାଙ୍କରି ପୂର୍ବବର୍ତି ୬ଷ୍ଠ ପିତୃପୁରୁଷଙ୍କ ଅଥାର୍ତ୍ ୩୦୦/୩୫୦ ବର୍ଷ ପୁର୍ବ କିର୍ତି ବୋଲି କୁହନ୍ତି । କନକଦୁର୍ଗା ମନ୍ଦିରର ପୁନରୁଦ୍ଧାର ମୁଳରେ ୨ଟି କାରଣ ଥିବା ଶୁଣିବାକୁ ମିଳେ । କେତେକ କୁହନ୍ତି ମୂଳ ବାରାହୀ ପୀଠ ଗ୍ରାମ ଠାରୁ କିଛି ଦୂର ଓ ନିର୍ଜନ ପାହାଡ଼ ଉପରେ ହୋଇଥିବା ଯୋଗୁଁ ଏହା ତନ୍ତ୍ର ସାଧନାର ଅନୁକୁଳ ପରିବେଷ ଥିଲା । ଫଳରେ କିଛି ଖଳ ପକୃତିର ସାଧକ ରିଦ୍ଧିସିଦ୍ଧି ନାମରେ କିଛି ନିରିହ ପଶୁ, ପକ୍ଷୀକୁ ବଦ୍ଧ କରିବା ସଙ୍ଗେସଙ୍ଗେ ଶିଶୁ ବଦ୍ଧ କରିବାକୁ ମଧ୍ୟ ପଛଘୁଞ୍ଚା ଦେଇନଥିଲେ । ଏହା ଦ୍ୱାରା ପବିତ୍ର ପୀଠଟି ଦିନକୁ ଦିନ ନାନା ନାରକୀୟ କାର୍ଯ୍ୟକଳାପରେ ରକ୍ତରଞ୍ଜିତ ହେବାକୁ ଲାଗିଲା ।

ତେଣୁ ଉକ୍ତ ସାଧକମାନଙ୍କ ଏତାଦୃଶ କୁକର୍ମରୁ ମୁକ୍ତ ରଖିବାକୁ ବିଚାର କରି ଦେବୀ ବରାହୀଙ୍କୁ ପାହାଡ଼ ଶୀର୍ଷସ୍ଥ ମୂଳ ଆସ୍ଥାନରୁ ଉଠାଇ ଆଣି ଗ୍ରାମ ମଝିରେ ମନ୍ଦିର ନିର୍ମାଣ କରି ସିଂହାସନରୂଢ କରାଗଲା । ଜ୍ୟୋତିଷ ମେଳକ ଅନୁଯାୟୀ ହିଞ୍ଜିଳି ଗ୍ରାମପାଇଁ ବରାହୀ ଅପେକ୍ଷା କନକଦୁର୍ଗା ନାମଟି ଶୁଭପ୍ରଦ ହେବାରୁ , ସେହିଦିନ ଠାରୁ ବରାହୀ ନାମଟି ଲୋପପାଇ କନକଦୁର୍ଗା ନାମଟି ପ୍ରଚଳିତ ହୋଇଆସୁଛି । ଅନ୍ୟପକ୍ଷରେ ଶୁଣାଯାଏ ଦେବୀ ବରାହୀ ନିଶାର୍ଦ୍ଧରେ ଲୋହିତବସନ ପରିହିତା, ଦିବ୍ୟ ଅଳଙ୍କାରରେ ବିଭୂଷିତ ଏକ ଷେଡ଼ଶୀ ତରୁଣୀ ରୂପରେ ପାହାଡ଼ରୁ ଓହ୍ଲାଇଆସନ୍ତି । ମନ୍ଦିର ଓ ପାହାଡ଼ ମଝିରେ ଥିବା ପଦ୍ମପୁଷ୍କରିଣୀ ଜଳ ଉପରେ ନୂପୁର ନିକୁଣରେ ଚାଲିଚାଲି (ବର୍ତମାନ ଦେଉଳ ବନ୍ଧ ନାମରେ ନାମିତ ବନ୍ଧ)ଶିବ ମନ୍ଦିର ସନ୍ନିକଟ ଭଗ୍ନାବଶେଷ ଉପରେ ଆସି ଠିଆ ହୁଅନ୍ତି । ଐହି ଆଲୋକିକ ଦୃଶ୍ୟ ହୃଷିକେଶ ଦ୍ୟାନସୁମନ୍ତ, ପ୍ରସନ୍ନ ପାଠୀଶର୍ମା, ଶରତ ଚନ୍ଦ୍ର ସାବତ ଆଦି ଭଦ୍ରବ୍ୟକ୍ତି ନିଜର ପିତା ଓ ପିତାମହଙ୍କର ଆଖିଦେଖା କଥା, ସେମାନଙ୍କ ଠାରୁ ଶୁଣିଥିବା ମତବ୍ୟକ୍ତ କରିଛନ୍ତି ।

ଏହି ଧ୍ୱସଂସ୍ତୁପକୁ ଦେବୀଙ୍କର ଆଗମନ ହିଁ ତାଙ୍କ ନୂତନ ଆସ୍ଥାନ ସ୍ଥାପନର ଇଛା ବୋଲି ଅନୁଭବ କରି ବୀରବର ଗୌରାଙ୍ଗ ଚରଣ ଚୌଧୁରୀ ମହାପାତ୍ରଙ୍କ ଦ୍ୱାରା ଭଗ୍ନସ୍ଥୂପ ଉପରେ ନୂତନ ମନ୍ଦିର ନିର୍ମାଣ କରାଯାଇଥିଲା । ସେହିଦିନ ଠାରୁ ହିଙ୍ଗୁଳାକଟକର(ହିଞ୍ଜିଳିକାଟୁ) ଆରାଧ୍ର ଦେବୀ ହିଙ୍ଗୁଳାଇ ବା ବରାହୀ କନକଦୁର୍ଗା ନାମରେ ପୂଜିତ ଓ ବିଦିତ ହୋଇଆସୁଛନ୍ତି । ଦେବୀଙ୍କର ପର୍ବପର୍ବାଣି ମାନଙ୍କ ମଧ୍ୟରେ ଆଶ୍ୱିନ ମାସ କୃଷ୍ଣ ପକ୍ଷ ଅଷ୍ଟମି ଠାରୁ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ ଷୋହଳ ଦିନା ପର୍ବ ବିଶେଷ ପ୍ରସିଦ୍ଧ ଅଟେ । ତନ୍ମଧ୍ୟରୁ ଆଶ୍ୱିନ ଅମବାସ୍ୟା ଠାରୁ ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ ଏହି ୯ ଦିନକୁ ମାତା କନକଦୁର୍ଗାଙ୍କ ନବରାତ୍ରୀ ମହୋତ୍ସବ ବୋଲି କୁହାଯାଏ । ଏହି ଦିନ ମାନଙ୍କରେ ମାତା କନକଦୁର୍ଗାଙ୍କୁ ଭିନ୍ନ ଭିନ୍ନ ରୂପରେ ସୁ-ସଜ୍ଜିତ କରାଯାଇଥାଏ । ମାତାଙ୍କ ଶିର ମୁକୁଟ ଠାରୁ ଆରମ୍ଭକରି ଲଲାଟ, କଣ୍ଠ, କାଟିତଟ, ବାହୁ ଏପରିକି ଚରଣଅଙ୍ଗୁଳିର ମୁଦ୍ରିକା ପର୍ଯ୍ୟନ୍ତ ବହୁ ମୂଲ୍ୟବାନ ସୁନାଅଳଙ୍କାରରେ ବିମଣ୍ଡିତ କରାଯାଇଥାଏ ।

ଏହି ସୁନାବେଶକୁ ଦର୍ଶନ କରିବା ସକାଶେ ପ୍ରବଳ ଜନସମାଗମ ହୋଇଥାଏ । ଶାରଦୀୟ ପାର୍ବଣର ଶେଷ ୩ ଦିନ (୬ଷ୍ଠୀ, ୭ମୀ ଓ ୮ମୀ )ବ୍ୟାପି ମନ୍ଦିର ପୀଠରେ ଘୃତଯଞ ସହ ନାମଯଞ ଓ ଭଜନା ଆୟୋଜନ କରାଯାଇଥାଏ । ମାତା କନକଦୁର୍ଗାଙ୍କୁ ପରମବୈଷ୍ଣବୀ ରୂପରେ ଗ୍ରହଣ କରାଯାଇ ପତିଦିନ ସାତ୍ୱିକ ବ୍ୟଞ୍ଜନ ହିଁ ଭୋଗଲାଗି କରାଯାଇଥାଏ । ବିଶେଷକରି ଖିରି ଓ କାକରାପିଠା ଅତି ଶୁଦ୍ଧପୁତ ଭାବରେ ପ୍ରସ୍ତୁତ କରି ମାଆଙ୍କୁ ଅର୍ପଣ କରାଯାଇଥାଏ । ଗଞ୍ଜାମ ତଥା ସମଗ୍ର ଓଡ଼ିଶାରେ ଆଦିଶକ୍ତି ମା କନକଦୁର୍ଗାଙ୍କ ସୁପ୍ରସିଦ୍ଧି ସମ୍ପର୍କରେ ଜଣାଯାଏଯେ, ଯେଉଁ ବ୍ୟକ୍ତି ଶ୍ରଦ୍ଧା, ଓ ବିଶ୍ୱାସର ସହିତ ମାଆଙ୍କର ବ୍ରତ ଧାରଣ କରି ମନ୍ଦିରରେ ବା ନିଜ ଘରେ ସକାଳ ଓ ସନ୍ଧ୍ୟାରେ ଦୀପଦାନ କରେ ତାର ସମସ୍ତ ମନୋକାମନା ସହସା ଫଳବତି ହୁଏ । ତେଣୁ ପ୍ରତିଦିନ ବିଶେଷ କରି ପ୍ରତି ସଂକ୍ରାନ୍ତିରେ ବହୁ ଦୂର ଦୁରାନ୍ତରୁ ବିଶ୍ୱାସୀ ଭକ୍ତ ମାନେ ମାଆଙ୍କର ଦର୍ଶନ ପାଇର୍ ଆସିଥାନ୍ତି । ତେବେ ଆସନ୍ତୁ ମାତା କନକଦୁର୍ଗାଙ୍କ ଚରଣ କମଳରେ ନିଜକୁ ସମର୍ପଣ କରି ଜୀବନକୁ ସାର୍ଥକ କରିବା । ଜୟ ମା କନକଦୁର୍ଗା । (ହିଞ୍ଜିଳିକାଟୁ /ଶେଷଦେବ ସାହୁ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶିକ୍ଷକ ପଣ୍ଡିତ ଅଜୟ ପତିଙ୍କୁ ଅବସରକାଳୀନ ସମ୍ବନ୍ଧନା

ଶିକ୍ଷକ ପଣ୍ଡିତ ଅଜୟ ପତିଙ୍କୁ ଅବସରକାଳୀନ ସମ୍ବନ୍ଧନା

May 7, 2026
ଛାତ୍ର ବତ୍ସଳ ଶିକ୍ଷକ “ସୁମନ ସାରଙ୍କ” ସେବା ନିବୃତ ସମ୍ବର୍ଦ୍ଧନା ଉତ୍ସବ ଓ ପୁସ୍ତକ ଉନ୍ମୋଚନ

ଛାତ୍ର ବତ୍ସଳ ଶିକ୍ଷକ “ସୁମନ ସାରଙ୍କ” ସେବା ନିବୃତ ସମ୍ବର୍ଦ୍ଧନା ଉତ୍ସବ ଓ ପୁସ୍ତକ ଉନ୍ମୋଚନ

May 7, 2026
ଖୋରଧା ଜ଼ିଲା ଯାଦବ ସମିତି ର ସାଙ୍ଗଠନିକ ସମ୍ମିଳନୀ

ଖୋରଧା ଜ଼ିଲା ଯାଦବ ସମିତି ର ସାଙ୍ଗଠନିକ ସମ୍ମିଳନୀ

May 7, 2026
ଦେଶୀ ବନ୍ଧୁକ ତିଆରି କାରଖାନା ଠାବ : ୩ଟି ଦେଶୀ ବନ୍ଧୁକ ସହ ବ୍ୟବହୃତ ସାମଗ୍ରୀ ଜବତ : ଜଣେ ଗିରଫ

ଦେଶୀ ବନ୍ଧୁକ ତିଆରି କାରଖାନା ଠାବ : ୩ଟି ଦେଶୀ ବନ୍ଧୁକ ସହ ବ୍ୟବହୃତ ସାମଗ୍ରୀ ଜବତ : ଜଣେ ଗିରଫ

May 7, 2026

Recent News

ଶିକ୍ଷକ ପଣ୍ଡିତ ଅଜୟ ପତିଙ୍କୁ ଅବସରକାଳୀନ ସମ୍ବନ୍ଧନା

ଶିକ୍ଷକ ପଣ୍ଡିତ ଅଜୟ ପତିଙ୍କୁ ଅବସରକାଳୀନ ସମ୍ବନ୍ଧନା

May 7, 2026
ଛାତ୍ର ବତ୍ସଳ ଶିକ୍ଷକ “ସୁମନ ସାରଙ୍କ” ସେବା ନିବୃତ ସମ୍ବର୍ଦ୍ଧନା ଉତ୍ସବ ଓ ପୁସ୍ତକ ଉନ୍ମୋଚନ

ଛାତ୍ର ବତ୍ସଳ ଶିକ୍ଷକ “ସୁମନ ସାରଙ୍କ” ସେବା ନିବୃତ ସମ୍ବର୍ଦ୍ଧନା ଉତ୍ସବ ଓ ପୁସ୍ତକ ଉନ୍ମୋଚନ

May 7, 2026
ଖୋରଧା ଜ଼ିଲା ଯାଦବ ସମିତି ର ସାଙ୍ଗଠନିକ ସମ୍ମିଳନୀ

ଖୋରଧା ଜ଼ିଲା ଯାଦବ ସମିତି ର ସାଙ୍ଗଠନିକ ସମ୍ମିଳନୀ

May 7, 2026
ଦେଶୀ ବନ୍ଧୁକ ତିଆରି କାରଖାନା ଠାବ : ୩ଟି ଦେଶୀ ବନ୍ଧୁକ ସହ ବ୍ୟବହୃତ ସାମଗ୍ରୀ ଜବତ : ଜଣେ ଗିରଫ

ଦେଶୀ ବନ୍ଧୁକ ତିଆରି କାରଖାନା ଠାବ : ୩ଟି ଦେଶୀ ବନ୍ଧୁକ ସହ ବ୍ୟବହୃତ ସାମଗ୍ରୀ ଜବତ : ଜଣେ ଗିରଫ

May 7, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶିକ୍ଷକ ପଣ୍ଡିତ ଅଜୟ ପତିଙ୍କୁ ଅବସରକାଳୀନ ସମ୍ବନ୍ଧନା

ଶିକ୍ଷକ ପଣ୍ଡିତ ଅଜୟ ପତିଙ୍କୁ ଅବସରକାଳୀନ ସମ୍ବନ୍ଧନା

May 7, 2026
ଛାତ୍ର ବତ୍ସଳ ଶିକ୍ଷକ “ସୁମନ ସାରଙ୍କ” ସେବା ନିବୃତ ସମ୍ବର୍ଦ୍ଧନା ଉତ୍ସବ ଓ ପୁସ୍ତକ ଉନ୍ମୋଚନ

ଛାତ୍ର ବତ୍ସଳ ଶିକ୍ଷକ “ସୁମନ ସାରଙ୍କ” ସେବା ନିବୃତ ସମ୍ବର୍ଦ୍ଧନା ଉତ୍ସବ ଓ ପୁସ୍ତକ ଉନ୍ମୋଚନ

May 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version