No Result
View All Result
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର, ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୌରାଞ୍ଚଳ ଶ୍ରୀହର୍ଷ ମାର୍ଗ ବନାମ ମହାରଣା କଲୋନୀ ବାସିନ୍ଦା ପୁଷ୍ପାଞ୍ଜଳି ସାମନ୍ତରାଙ୍କ (୫୬) ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ହୋଇ ଜୀବନ ମରଣ ସହ ସଂଘର୍ଷ କରୁଥିଲେ। ଶନିବାର ଦିନ ରାତ୍ର ସମୟରେ ତାଙ୍କ ଦେହାନ୍ତ ହୋଇଥିଲା ।
ମୃତ୍ୟୁ ଶଯ୍ୟା ନିକଟରେ ୨ ଝିଅ ଭାଗ୍ୟଲକ୍ଷ୍ମୀ, ବୈଶାଖୀ, ପୁଅ ମନମୋହନ ଓ ବନ୍ଧୁ ପରିଜନ ଉପସ୍ଥିତ ଥିଲେ। ପୁଅ ମନମୋହନ ମୁଖାଗ୍ନି ଦେଲା ପରେ ସହର ଉପକଣ୍ଠ ଘୋଡ଼ାହଡ ନଦୀ ଶ୍ମଶାନ ଘାଟରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା।
ସେ ଜଣେ ମେଳାପି, ପରୋପକାରୀ, ବନ୍ଧୁବତ୍ସଳା ଓ ଧର୍ମ ପରାୟଣ ମହିଳା ଭାବେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ। ତାଙ୍କ ବିୟୋଗ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ବିୟୋଗ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

No Result
View All Result