No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗୁରୁବାର ଦିନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ , ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ତତ୍ତ୍ୱାବଧାନ କ୍ରମେ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଡ ମାୟାଧର ସାହୁଙ୍କ ଅନୁମୋଦନ ତଥା ଜିଲ୍ଲା କ୍ରୀଡା ନିରୀକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପାତ୍ରଙ୍କ ପ୍ରରୋଚନା କ୍ରମେ ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହି ଠାରେ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍ ଘାଟନ ହୋଇଯାଇଛି।

ରା ଉଦୟଗିରି ବ୍ଲକର ଚେୟାରମେନ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ଶବର ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସାଧୁ ଚରଣ ଦଣ୍ଡସେନା, ମୁଖ୍ୟ ବକ୍ତା ଶିକ୍ଷାବିତ୍ ଶ୍ରୀଯୁକ୍ତ ଆଦିକନ୍ଦ ବାଣୁଆରାୟୀ , ଛେଲିଗଡ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବନମାଳୀ ବଡ଼ରଇତ, କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲୋକନାଥ ନାହାକ ଏବଂ ସୁବାସ ଚନ୍ଦ୍ର ସାହୁ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।
ବ୍ଲକର ୧୮ ଗୋଟି ବିଦ୍ୟାଳୟରୁ ୪୫୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ପ୍ରଥମ ଦିବସରେ ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଡିସକସ୍ , ସଟପୁଟ ଆଦି କ୍ରୀଡା ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡା ଶିକ୍ଷକ ମାନେ ଏହି କ୍ରୀଡାକୁ ପରିଚାଳନା କରିଥିବା ବେଳେ ଜୁନିଅର ରେଡକ୍ରସର ଛାତ୍ର ଛାତ୍ରୀ ମାନେ ଆହତ ମାନଙ୍କର ଚିକିତ୍ସା କରିଥିଲେ ।

No Result
View All Result