ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଣ୍ଟାବାଞ୍ଜି କୁ ସ୍ୱତନ୍ତ୍ର ରାଜସ୍ୱ ଜିଲ୍ଲାହଁ ଘୋଷଣା ଦାବି ନେଇ ପୁଣି ଗୋଡ଼ ଟେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି । ଏହାକୁ ନେଇ ଆଜି ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଂଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲ ଙ୍କ ଆବହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନେକ ସଦସ୍ୟ ସାମିଲ ରହିବା ସହ ସହରର ବରିଷ୍ଠ ମାନ୍ୟଗୁଣ୍ୟ ବ୍ୟକ୍ତି ସାମିଲ ରହିଥିଲେ ।
ବିଗତ ଅନେକ ବର୍ଷ ହେଲା କଣ୍ଟାବାଞ୍ଜି କୁ ସରକାର ଅଣଦେଖା କରିଛନ୍ତି । ଏହା ସହ ଏକ ସ୍ୱତନ୍ତ୍ର ଜିଲ୍ଲା ଗଠନ ଦାବି କୁ ମଧ୍ୟ କର୍ଣ୍ଣପାତ କରି ନାହାନ୍ତି ତେଣୁ ଆଗାମୀ ଦିନରେ ଜିଲ୍ଲା ଦାବି କୁ ଆହୁରୀ ତୀବ୍ର କରାଯିବା ନେଇ ଆଜିର ଆଲୋଚନା ହୋଇଥିବା ବେଳେ କଣ ସବୁ ପନ୍ଥା ହାତକୁ ନିଆଯିବ ଏବଂ ସରକାର ଙ୍କୁ ମଧ୍ୟ ଏକ ଦାବି ଦିଆଯିବ ବୋଲି ବୈଠକ ରେ ଚର୍ଚ୍ଚା ହୋଇଛି ।
ଏହି ବୈଠକରେ ପ୍ରଥମେ ସମସ୍ତ ସଦସ୍ୟ କଣ୍ଟାବାଞ୍ଜି ଜିଲ୍ଲା ଆମର ଦାବି ନାରା ଦେଇ ବୈଠକରେ ଆଗାମୀ ଦିନରେ କଣ ସବୁ କାର୍ଯ୍ୟପନ୍ଥା ନିଆଯିବ ସେ ନେଇ ଚର୍ଚ୍ଚା ହୋଇଛି । ସରକାର କୁ ଏହି ଦାବି ଉପରେ ଅବଗତ କରାଇବା ପାଇଁ ଦାବି ପତ୍ର ପ୍ରସ୍ତୁତ କରିବା ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା ନ ହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ସମସ୍ତ ସଦସ୍ୟ ଅଟଳ ଅଛନ୍ତି ।
ବୈଠକରେ ବରିଷ୍ଠ ସଦସ୍ୟ ବ୍ରଜଶ୍ୟାମ ଗୁରୁ, କୈଳାସ ଦୀପ, ଅଜୟ ଅଗ୍ରୱାଲ, ଧିରାଜ ଅଗ୍ରୱାଲ, ନରେନ୍ଦ୍ର ସୁନା, ରାମଚନ୍ଦ୍ର ସାହୁ, ଏନଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା, ଦାମୋଦର ସାହୁ, ହରିହର ବାଗ, ଆଶୀଷ ଖାଇତାନ, ରାଜୁ ବାରିକ, ବେଦବ୍ୟାସ ନାଗ, ରାଜେନ୍ଦ୍ର ବେହେରା, ପ୍ରେମ ବାଗ, ଦେବରାଜ ଯାଦବ, ଦେବାର ବାରିକ, କୁଞ୍ଜ ବିହାରୀ ବେହେରା, ସୋମନାଥ ସାହୁ, ରାଜୁ ବାରିକ, ଦୁଃଖିଶ୍ୟାମ ରାଏ, ଚିନ୍ମୟ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ ।














