ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ଶନିବାର) ରଣପୁର /ରିପୋର୍ଟ ସୋନାଲି :- ରଣପୁର ବ୍ଲକ ରେ କାର୍ଯ୍ୟରତ ଯୈାନିକ ଡିଲର କରୋନାରେ ମୃତ ହୋଇଯାଇ ଥିବା ବେଳେ ଏବେ ମଧ୍ୟ ୨ ଜଣ ଗୁରୁତର ହୋଇ ମେଡିକାଲ ରେ ଚିକିତ୍ସିତ ହେଉଥିବାରୁ ଲୋକମାଙ୍କର ସେବା କରିଆସୁଥିବା ଡିଲର ମାନଙ୍କୁ କରୋନା ଯୋର୍ଦ୍ଧା ଭାବେ ଘୋଷଣା କରି ଆର୍ଥିକ ସହାୟତା ଯୋଗାଇ ଦେବ । ରଣପୁର ଡିଲର ସଙ୍ଘ ତରଫରୁ ଦାବି ହୋଇଛି । ଘଟଣାରୁ ଜଣାଯାଏ ଗତ ମାର୍ଚ୍ଚମାସରୁ କରୋନା ର ଭୟାଭହତା ବଢିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଟଡାଉନ ଘୋଷଣା କରିଥିଲେ । ଯାହା ଫଳରେ କିଛି ଅତ୍ୟାବଶକୀୟ ଦୋକାନକୁ ଛାଡି ଅନ୍ୟସବୁ ଦୋକାନ ବଜାର ରାଜ୍ୟସରକାର ବନ୍ଦ କରିଥିଲେ । ଲୋକମାନଙ୍କ ସୁବିଧା ।
କେନ୍ଦ୍ରସରକାର ଅଧିକା ଚାଉଳ , ଗହମ , ଡାଲି , ବୁଟ ଆଦି ସାମଗ୍ରୀ ଖାଉଟି ଦୋକାନ ମଧ୍ୟମରେ ବଟଂନ କରିଥିଲେ । ଜୀବନକୁ ବାଜି ଲଗାଇ ଡିଲର ଲୋକମାନଙ୍କୁ ସୁଷମ ଭାବରେ ଏହି ଖାଉଟି ସାମଗ୍ରୀ ବଟଂନ କରିଆସୁଥିଲେ । ରାଜ୍ୟସରକାର ଅନ୍ୟକେତେକ କର୍ମଚାରୀ ଙ୍କୁ କରୋନା ଯୋର୍ଦ୍ଧା ଭାବେ ଘୋଷଣା କରି ଅର୍ଥିକ ସହାୟତା ଯୋଗାଇ ଦେଉଥିବାବେଳେ ସରକାର ଙ୍କ ଖାଉଟି ସାମଗ୍ରିକୁ ଲୋକମାନଙ୍କ । ପାଖରେ ପହଚଂଉଥିବା ଡିଲର ପ୍ରତି କୌଣସି ଅନୁକମ୍ପା କରିନଥିବାରୁ ଡିଲର ସଙ୍ଘରେ ଅସନ୍ତୋଷ ପ୍ରକାଶ । ପାଇଥିଲା ।
ଗତକାଲି ରଣପୁର ବ୍ଲକ ର ଡମସାହି ପଚାଂୟତର ଡିଲର ଭାବେ ଦୀର୍ଘ ବର୍ଷ ଧରି କାମ କରୁଥିବା ଯୋର୍ଦ୍ଧାର ଦୃଷ୍ଟି କରୋନା ଆକ୍ରନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ସେହିଭଳି ଅନ୍ୟ ୨ ଜଣ ଡିଲର ମଧ୍ୟ କୌଣସି ରୋଗ ରେ ଗୁରୁତର ଭାବେ ଅସୁସ୍ଥ ହୋଇ ଭୁବନେଶ୍ୱେର ରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ରାଜ୍ୟସରକାର ତୁରନ୍ତ ଡିଲର ମାନଙ୍କୁ କରୋନା ଯୋର୍ଦ୍ଧା ଭାବେ ସାମିଲ କରିବାକୁ ଡିଲର ସଙ୍ଘର ସଭାପତି ସତ୍ୟନାରାୟଣ ନାୟକ ଦାବି କରିଛନ୍ତି ।