କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କନ୍ଧମାଳ-ଗଞ୍ଜାମ ଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ ଭୁସ୍ଖଳନ ଘଟି ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଘାଟି ପାଦଦେଶରୁ ପ୍ରାୟ ତିନି କିଲୋମିଟର ଉପରକୁ ବଡ ବଡ ପଥର ଓ ମାଟି ଅତଡା ଖସି ଜାତୀୟ ରାଜପଥ ଉପରକୁ ମାଡି ଆସିଛି । ଏଥିସହ ପ୍ରଵଳ ବେଗରେ ପାହାଡ଼ ପାଣି ମଧ୍ୟ ଉକ୍ତ ସ୍ଥାନ ଦେଇ ପ୍ରବାହିତ ହେଉଛି ।
ଘାଟି ରାସ୍ତା ଟି ଯାତାୟାତ ପାଇଁ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ପାଲଟିଛି । ଭୁସ୍ଖଳନ ସ୍ଥାନରେ ପ୍ରାୟ ୫୦ ମିଟର ରାସ୍ତା ଉପରେ ମାଟି ଓ ପଥର ଜମା ହୋଇ ରହିଛି । ମଝିରେ ମଝିରେ ପଥର ମଧ୍ୟ ଖସୁଥିବା ଜଣାପଡିଛି । ଏଥିସହ ଭୁସ୍ଖଳନ ସ୍ଥାନରୁ ଉଭୟ ପଟର କିଛି ସ୍ଥାନରେ ମାଟି ଅତଡା ଖସି ରାସ୍ତା ଉପରକୁ ପଳାଇଆସିଛି ।



© 2023 Odisha Taza News.