କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଓଡିଶା ତାଜା ନ୍ୟୁଜ କଟକ ମର୍କତନଗର ସେକ୍ଟର ୭ ମଙ୍ଗଳାମନ୍ଦିର ପ୍ରାଙ୍ଗଣରେ “ଗୁରୁ ଧୋବି ବେହେରା କଳା ସାହିତ୍ଯ ସଂସଦ” ଆନୁକୁଲ୍ୟରେ ଉତ୍କଳ ସାହିତ୍ଯ ସମାଜର ଆଜୀବନ ସଦସ୍ଯ ମାନଙ୍କୁ ଏକତ୍ରୀତ କରି ଏକ ସାରଦୀୟ ଭବ୍ଯ ବନ୍ଧୁମିଳନ ଉତ୍ସବ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟିକୁ ସଂସଦର ସଭାପତି ମୁରଲୀଧର ଶତପଥି ନିଜ ରଚିତ କାଳିଆରେ ତୋ ପାଇଁ ବଞ୍ଚିଛି ଭଜନ ପରିବେଷଣ କରି ବନ୍ଧୁମିଳନ ପର୍ବ ଟିକୁ ପରିଚାଳନା କରିଥିଲେ । ଉତ୍କଳ ସାହିତ୍ୟ ସମାଜର ଆଜୀବନ ସଦସ୍ଯ ସଦସ୍ଯା ମାନେ କବିତା ଆବୃତ୍ତି କରିବା ସହ ସାହିତ୍ଯ ଆଲୋଚନା କରିଥିଲେ ।

ସମସ୍ତ ସଭ୍ଯ ମାନଙ୍କୁ ସଂସଦ ତରଫରୁ ଉପଢୌକନ ଓ ଶକ୍ତିମୟୀ ମାଆଙ୍କ ଲାଗି ଆଶୀର୍ବାଦ ଭିତ୍ତିକ ପଦ୍ମ ଫୁଲ ପ୍ରଦାନ କରାଯାଇ ଥିଲା। ସର୍ବ ପ୍ରଥମେ ଉତ୍କଳ ସାହିତ୍ଯ ସମାଜର ବରିଷ୍ଠ ସଭ୍ଯ ତଥା ସଙ୍ଗୀତ ଗୁରୁ ସର୍ବଶ୍ରୀ ପଣ୍ଡିତ ଅରୂପ ଲାଲ ଘୋଷ,ବିଶିଷ୍ଟ ସାହିତ୍ୟିକ ଓଡ଼ିଆ ଜାତିର ଗର୍ବ ଗୌରବ ଡକ୍ଟର ନଟବର ଶତପଥି,ବିଶିଷ୍ଟ ସାହିତ୍ୟିକ ସଦସ୍ଯ ଡକ୍ଟର ମୁରଲୀଧର ହୋତା ,ଉତ୍କଳ ସାହିତ୍ଯ ସମାଜର ପୂର୍ବତନ ଉପ ସଭାପତି ବିଶିଷ୍ଟ ସାରସ୍ବତ ସାଧକ ଡକ୍ଟର ପ୍ରଭାସ ଆଚାର୍ଯ୍ଯ,
ବରିଷ୍ଠ ସାହିତ୍ୟିକ ତଥା ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ବିଶ୍ଵାଳ,କାର୍ଯ୍ଯ ନିର୍ବାହିକା ସଭ୍ଯା କବୀ ବିଜୟଲକ୍ଷ୍ମୀ ନାୟକ,ସାହିତ୍ଯ ସଂଗଠକ ବିଶିଷ୍ଟ ବାଗ୍ନୀ ରାଜୀବ କୁମାର ଷଡଙ୍ଗୀ, ସଂସଦର ସମ୍ପାଦକ ଶ୍ରୀ ନିବାସ ଚନ୍ଦ୍ର ରାଉତ, ବରିଷ୍ଠ ଆୟୁସୁ ଡାକ୍ତର ସାରସ୍ଵତ ସାଧକ ଡା ଦୀପକ ରାଜ, ସହ ସମ୍ପାଦକ ତଥା ଆଜୀବନ ସଦସ୍ଯ ଅଦ୍ବୈତ ଚରଣ ନାୟକ, ଉପଦେଷ୍ଠା ଆଜୀବନ ସଦସ୍ଯ ନିବାସ ଚନ୍ଦ୍ର ମିଶ୍ର, ବିଶିଷ୍ଟ ସଂଗଠକ ସାହିତ୍ଯିକ ଡକ୍ଟର ଭାବଗ୍ରାହୀ ରାଉତ,କବି ଅକ୍ଷୟ କୁମାର କର ,
ବ୍ରାହ୍ମଣ ସମାଜର ପ୍ରବକ୍ତା ପଣ୍ଡିତ ଶଶୀ ଶେଖର ଦାଶ, ସଂସଦର ଉପଦେଷ୍ଟା ଓ ଉତ୍କଳ ସାହିତ୍ଯ ସମାଜର ଆଜୀବନ ସଦସ୍ଯ ନିବାସ ଚନ୍ଦ୍ର ମିଶ୍ର, ଶ୍ରମିକ ନେତା ତଥା ଆଜୀବନ ସଦସ୍ଯ କବି ଉତ୍କଳ ଭୂଷଣ ରାଉତରାୟ,ବିଶିଷ୍ଟା ସାହିତ୍ୟିକା ଡଃ ବୈଜୟନ୍ତୀ ମାଳା ଶତପଥି, ସଦସ୍ଯ ଡାକ୍ତର ଶରତ ଚନ୍ଦ୍ର ଦାଶ,ଅକ୍ଷୟ କୁମାର ନାୟକ, ଗୋଳମାଳ ପତ୍ରିକାର ସଂପାଦକ ମାଧବ ସ୍ବାଇଁ, ଗୁଣ୍ଡିଚମୂଷା ସଂପାଦକ ଗଣେଶ୍ଵର ସ୍ବାଇଁ,
ବିଶିଷ୍ଟ କବି ରାଜ କିଶୋର ସ୍ବାଇଁ,ବରିଷ୍ଠ କବି ନରସିଂହ ମହାପାତ୍ର କବି ପଣ୍ଡିତ ଦୁଲାଲ କୃଷ୍ଣ ପତି, ଶିକ୍ଷାବିତ କବି ଧିରେନ୍ଦ୍ର ନାଥ ନାୟକ,କବି ରବୀନ୍ଦ୍ର ନାଥ ମିଶ୍ର ,ଆଜୀବନ ସଦସ୍ଯ ଡାକ୍ତର ଦୀପକ ରାଜ, ବିଶିଷ୍ଟ ସାହିତ୍ୟିକ ଦେବାଶିଷ ସାମନ୍ତରାୟ,କାର୍ଯ୍ୟକାରୀ ସଭ୍ଯ ତପନ କୁମାର ସ୍ବାଇଁ,ଗୋପାଳ ଚନ୍ଦ୍ର ମିଶ୍ର, ଅର୍ଚ୍ଚନା ରାଣୀ ଭୂୟାଁ,ସୁବାସ ଚନ୍ଦ୍ର ଜେନା,ନାଟ୍ୟକାର ଅଭୟ କୁମାର ଦାସ,ଯୋଗଗୁରୁ କବୀ ସାଗରୀକା ଜେନା,ଗୀତାଞଳୀ ସାହୁ,ସତ୍ଯଜିତ ମହାପାତ୍ର,କବି ଶରତ ଚନ୍ଦ୍ର ମହାନ୍ତି,
କବି ସାହିତ୍ଯିକ ବୀରେନ୍ଦ୍ର ସିହଂସାମନ୍ତ,ବିଶିଷ୍ଟ ବାଗ୍ନୀ ବିଶେଶ୍ଵର ମହାନ୍ତି,ସୁରୁଜିତ୍ ସିଂହ,ଟିକି ଦୁନିଆ ସଂପାଦକା ନମିତା ମହାନ୍ତି,କବି ଅରୁଣ କୁମାର ଅଗ୍ରୱାଲ, ସାହିତ୍ୟିକ ଆଲୋକେଶ୍ ରାୟ,ବିଶିଷ୍ଟ ସମାଜସେବୀ ବିକ୍ରମ ଲେଙ୍କା,ଉତ୍କଳ ସାହିତ୍ଯ ସମାଜର ସଦସ୍ଯା କବୟତ୍ରୀ ସସ୍ମିତା ଜେନା,କବୀ ଅନ୍ନପୂର୍ଣ୍ଣା ଦାଶ,କବୀ ଗୀତା ଦାସ, କବୀ ସ୍ବର୍ଣ୍ଣଲତା ସିହଂସାମନ୍ତ, ସାରସ୍ଵତ ସାଧକ ଲକ୍ଷ୍ମୀପ୍ରସାଦ ଆଚାର୍ଯ୍ଯ,ଗୁରୁଦତ୍ତ ମହାନ୍ତି, ଅଶୋକ କୁମାର ତ୍ରିପାଠୀ ଓ ବାପୁନୀ ପ୍ରଧାନ,
ପ୍ରମୁଖ ଯୋଗଦାନ କରିଥିଲେ । ପ୍ରାଚୀନ ଶତାୟୁ ଅନୁଷ୍ଠାନ ଉତ୍କଳ ସାହିତ୍ଯ ସମାଜ ର ଦୃତ ପ୍ରଗତି ନିମନ୍ତେ ଗୁଣୀ ଜ୍ଞାନୀ ସାରସ୍ବତ ସାଧକ ମାନେ ଚିନ୍ତା ପ୍ରକଟ କରି ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଅତି ଉଚ୍ଚକୋଟିର ମୂଲ୍ଯବାନ ପ୍ରସ୍ତାବ ମାନ ଆଗତ କରିଥିଲେ । ଉତ୍କଳ ସାହିତ୍ୟ ସମାଜର ସଭ୍ଯ ମାନଙ୍କର ଶାରଦୀୟ ବନ୍ଧୁମିଳନକୁ ସମସ୍ତ ଆଜୀବନ ସଦସ୍ଯ ମାନେ ଆୟୋଜକ ଗୁରୁ ଧୋବି ବେହେରା କଳା ସାହିତ୍ଯକୁ ଉଚ୍ଚ ପ୍ରଶଂସା କରିଥିଲେ । ସର୍ବଶେଷରେ ସଂସଦର ସାସ୍କୃତିକ ସମ୍ପାଦକ ସଂଯୋଜ କୁମାର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।














