No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ବ୍ରହ୍ମପୁର ରୋଟାରି କ୍ଳବ୍ ତରଫରୁ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ କାର୍ଯ୍ୟଶୈଳୀର ସ୍ୱୀକୃତି ସ୍ୱରୂପ ଗରିମାମୟ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା । ସ୍ଥାନୀୟ ରୋଟାରୀ କ୍ଲବ ର ସଭାଗୃହରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବକୁ ଅତିଥି ଶିକ୍ଷକମାନଙ୍କୁ ବୀରବାଦ୍ୟ, ଫୁଲ ଚନ୍ଦନ ସହ ସଭାଗୃହକୁ ପାଛୋଟି ନିଆଯାଇଥିଲା ରୋଟାରୀ ସଭାପତି ଇଂ.ଭେଙ୍କେଟ୍ ଆନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଡିଷ୍ଟ୍ରକ୍ଟ ଗଭର୍ଣ୍ଣର ରୋଟାରି, ଶ୍ରୀଯୁକ୍ତ ମନୋଜ ତ୍ରିପାଠୀ, ଜୋନାଲ୍ ଅଧ୍ୟକ୍ଷ ଶ୍ରୀ ରଞ୍ଜିତ ପାଢ଼ି, ସମ୍ପାଦକ ଶ୍ରୀ ଟି. ରାହୁଲ, ପ୍ରକଳ୍ପ ଚେୟାରପର୍ସନ ଶ୍ରୀ ଅଜିତ ପାତ୍ର ପ୍ରମୁଖ ମଞ୍ଜାସୀନ ଥିଲେ ।
ମଞ୍ଜାସୀନ ଅତିଥି ବୃନ୍ଦ ଶିକ୍ଷକଙ୍କ ଭୂମିକାକୁ ସମାଜର ପଥପ୍ରଦର୍ଶକ , ଜାତିର ମେରୁଦଣ୍ଡ ବୋଲି ବର୍ଣ୍ଣନା କରିବା ସହ ଆଦର୍ଶ ଭାବି ନାଗରିକ ସୃଷ୍ଟି କରିବାକୁ ଅଭିପ୍ରେରିତ କରିଥିଲେ । ରୋଟାରୀ କ୍ଲବର ପଦାଧିକାରୀମାନେ “ଶିକ୍ଷକମାନଙ୍କର ପରିଶ୍ରମ, ସମର୍ପଣ ଓ ନିଷ୍ଠା ବିନା ସୁଶିକ୍ଷିତ ସମାଜର ସ୍ୱପ୍ନ ସମ୍ଭବ ନୁହେଁ ବୋଲି ନିଜ ମତ ରଖିଥିଲେ । ରୋଟାରି କ୍ଳବ ତରଫରୁ ପୂର୍ବ ସ୍ଥିରୀକୃତ ଗଜପତି ଜିଲ୍ଲାର ଶ୍ରେଷ୍ଠ ଦଶ ଜଣ କୃତୀ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଥିଲେ । ସେମାନେ ହେଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ରମାକାନ୍ତ ପଟ୍ଟନାୟକ, ଗୁମ୍ମା ବ୍ଳକ, ଶ୍ରୀ ହରିକୃଷ୍ଣ ମିଶ୍ର, କାଶୀନଗର ବ୍ଲକ୍, ଶ୍ରୀମତୀ ରସ୍ମିତା ସାମଲ, ଗୋଷାଣୀ ବ୍ଳକ୍,
ଶ୍ରୀ ଗୌରହରି ପଲାଇ, ମୋହନା ବ୍ଲକ, ଶ୍ରୀ ଶ୍ୟାମ ସୁନ୍ଦର ଗନ୍ତାୟତ,ଗୁମ୍ମା ବ୍ଲକ୍, ଶ୍ରୀ ଆନନ୍ଦ ଶତପଥି , ରାୟଗଡ଼ା ଶ୍ରୀମତୀ ସଙ୍ଗୀତା ପାତ୍ର, ପୌରାଞ୍ଚଳ , ପ୍ରମୁଖଙ୍କୁ ପୁଷ୍ପ ଗୁଚ୍ଛ, ପ୍ରମାଣପତ୍ର, ଉପଢୌକନ, ସ୍ମାରକ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ପୁରସ୍କାରପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନେ ଏହି ଭବ୍ୟ ସମାରୋହରେ ସମ୍ମାନ ପାଇ ଭାବ ବିହ୍ୱଳ ହେବା ସହ ଆଗାମୀଦିନରେ ଶିକ୍ଷାର୍ଥୀ ଶିକ୍ଷଣ ଓ ମାନବିକ ମୁଲ୍ୟବୋଧର ଗଠନ ନିମନ୍ତେ ନିରନ୍ତର ପ୍ରୟାସ କରିବୁ ବୋଲି ମତବ୍ୟକ୍ତ କରିଥିଲେ l ସଭା ଶେଷରେ ସମ୍ବର୍ଦ୍ଧିତ ରାଷ୍ଟ୍ର ନିର୍ମାଣ ପୁରସ୍କାର ପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସମ୍ମାନ ଜଣାଇ ସମସ୍ତ ରୋଟାରିଆନ୍ ଦଣ୍ଡାୟମାନ ପୂର୍ବକ କରତାଳି ଦେଇଥିଲେ । ଏହି ଖବର ପାଇଁ ଗଜପତି ଜିଲ୍ଲା ଶିକ୍ଷକ ସମାଜରେ ଆନନ୍ଦର ଲହରୀ ଖେଳିଯିବା ସହ ସମ୍ବର୍ଦ୍ଧିତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।

No Result
View All Result