ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ସିଦ୍ଧମହାବୀର ଅଞ୍ଚଳରେ ଜଣେ ୧୦୧ ବର୍ଷର ବୃଦ୍ଧ ଅସହାୟ ଅବସ୍ଥାରେ ରବିବାର ମଧ୍ଯାହ୍ନରେ ପଡି ରହିଥିଲେ । ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦି ବେଲ ଏହି ଖବର ଜାଣିବା ପରେ ଏହାର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟଙ୍କ ନିର୍ଦ୍ଦେଶକ୍ରମେ ସ୍ବେଚ୍ଛାସେବୀ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ଇ ଅଟୋରେ ସର୍ବୋଦୟ ନଗର ସ୍ଥିତ ଆଶ୍ରୟ ବୃଦ୍ଧାଶ୍ରମରେ ରଖିଥିଲେ । ତାଙ୍କ ନାମ ନବଘନ ମଲ୍ଲିକ ଜାଉଁଳି ପୋଖରୀ ବୋଲି ବୃଦ୍ଧ ଜଣକ କହିଛନ୍ତି ।

ସେହିପରି ଗୁରୁବାର ଦିନ ଜଣେ ଭିନ୍ନକ୍ଷମଙ୍କୁ ଏହି ଅନୁଷ୍ଠାନ ଚର୍ଚ୍ଚ ବିଶ୍ବମ୍ଭର ଗଳିରୁ ଉଦ୍ଧାର କରି ପୁରୀ ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସା ନିମେନ୍ତ ଭର୍ତ୍ତି କରିଥିଲେ । ଦିବ୍ଯାଙ୍ଗ, ବରିଷ୍ଠ ନାଗରିକ, ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ପୁରୀର କୌଣସି ସ୍ଥାନରେ ଅସହାୟ ଅବସ୍ଥାରେ ପଡିରହିଥବା ଦେଖିଲେ ଅନୁଷ୍ଠାନକୁ ସୂଚନା ଦେବା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ସହରବାସୀଙ୍କୁ ଅନୁରୋଧ କରିଛନ୍ତି । ଦି ବେଲ ର ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।














