No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର :- ମଣିଷ ଜୀବନ ସହ ବଟବୃକ୍ଷର ସମ୍ପର୍କ ଅତି ପୁରାତନ । ମଣିଷକୁ ପ୍ରଚୁର ଅମ୍ଲଜାନ ଯୋଗାଇଥାଏ ବଟବୃକ୍ଷ । ସେଥିପାଇଁ ମଣିଷ ବଟବୃକ୍ଷ ଓ ଓସ୍ତବୃକ୍ଷକୁ ପୂଜା କରିଥାନ୍ତି । ଶ୍ରୀମନ୍ଦିର ନିର୍ମାଣ ବହୁ ପୂର୍ବରୁ ସେଠାରେ କଳ୍ପବଟ ବୃକ୍ଷ ରହିଥିଲା । ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ବା ଗୁଣ୍ଡିଚା ବାଡିରେ ଅନେକ ବଟବୃକ୍ଷ ରହିଥିଲା । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବଟବୃକ୍ଷ ରହିଛି । ବଟବୃକ୍ଷ ମୂଳେ ସିମେଣ୍ଟ ଚାନ୍ଦିନି ଯୋଗୁ ପ୍ରତିଦିନ ଶହ ଶହ ତୀର୍ଥଯାତ୍ରୀ, ପର୍ଯ୍ୟଟକ, ସହରବାସୀ ଗଛତଳେ ସାମୟିକ ବିଶ୍ରାମ କରୁଛନ୍ତି ।
ବସରେ ଆସୁଥିବା ଆତ୍ମୀୟସ୍ବଜନଙ୍କୁ ଅପେକ୍ଷା କରିବା ପାଇଁ ଏହି ବଟବୃକ୍ଷ ତଳେ ମଧ୍ଯ ବସି ରହୁଛନ୍ତି । ସାଧୁସନ୍ଥ ମାନେ ଏଠାରେ ଆଶ୍ରୟ ନେଉଛନ୍ତି । ମା କୋଳରେ ସନ୍ତାନ ଆଶ୍ରୟ ନେବା ପରି ମଣିଷ ଆଶ୍ରୟ ନେଉଛି ଏହି ବଟବୃକ୍ଷ ତଳେ । ବଟବୃକ୍ଷର ଛାତ୍ର, ସୁଲୁସୁଲିଆ ପବନ, ଗୁଣ୍ଡିଚା ବାଡିର ଫୁଲର ବାସ୍ନା ଭକ୍ତ ମାନଙ୍କୁ ଆନନ୍ଦିତ କରୁଛି ।
କେତେକ ବ୍ଯକ୍ତି ମନସ୍କାମନା କରି ଗଛମୂଳେ ଚିନ୍ତା କରୁଥିବା ବେଳେ ଆପେ ଆପେ ଶାନ୍ତି ଅନୁଭବ କରୁଛନ୍ତି । ଟାଇଁ ଟାଇଁ ଖରାବେଳେ, ଝିପି ଝିପି ବର୍ଷାରେ ଏହି ବୃକ୍ଷ ଆଶ୍ରୟସ୍ଥଳୀ ପାଲଟିଛି । ବିଭିନ୍ନ ସାଧୁସନ୍ଥ ଓ ବିଭିନ୍ନ ପ୍ରକାର ବ୍ଯକ୍ତି ବିଶେଷ ବସି ଆଧ୍ୟାତ୍ମିକ ଆଲୋଚନା କରୁଛନ୍ତି । ସକାଳୁ ରାତି ପର୍ଯ୍ୟନ୍ତ ଲୋକ ମାନେ ବସୁଥିବା ବେଳେ ରାତିରେ କେତେକ ବ୍ଯକ୍ତି ଶୋଇ ରହୁଥିବା ଦେଖିବାକୁ ମିଳିଛି । ମନ୍ଦିର ସମ୍ମୁଖରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି ବଟବୃକ୍ଷ ।

No Result
View All Result