ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଛକ ରାସ୍ତା ରେ ପାଇଥିବା ୨ ଲକ୍ଷ ଟଙ୍କାର ଚେକ ଫେରାଇ ମହାନତା ଦେଖାଇଲେ ଅଞ୍ଚଳର ଯୁବ ୨ ଗଣମାଧ୍ୟମ ପ୍ରତିନିଧି।ସୂଚନା ଅନୁସାରେ,ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଗଁରେଇ ପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ଡୋଲାମଣି ଛୁରା ସେ ବ୍ୟାଙ୍କ ରେ ଟଙ୍କା ଉଠାଣ ପାଇଁ ଗ୍ରାହକ ଙ୍କ ଦସ୍ତଖତ କରି ଏକ ଚେକ ବଙ୍ଗୋମୁଣ୍ଡା ବ୍ଲକ ଛକ ଠାରେ ତାଙ୍କ ବ୍ୟାଗରୁ ଅସାବଧାନତା ବଶତଃ ଖସି ପଡିଯାଇଥିଲା।ଦୀର୍ଘ ସମୟ ଧରି ରାସ୍ତାରେ ପଡି ଯାଇଥିଲା ।
ଏତିକି ସମୟରେ ସେହି ଅଞ୍ଚଳକୁ ଖବର ସଂଗ୍ରହ କରିବା ପାଇଁ କଣ୍ଟାବାଞ୍ଜି ଅଞ୍ଚଳ ର ୨ ଯୁବ ସାମ୍ବାଦିକ କଣ୍ଟାବାଞ୍ଜି ନିୟୁଜ -୭ ପ୍ରତିନିଧି ଅଶୋକ ନାରାୟଣ ଭୋଇ ଓ କଣ୍ଟାବାଞ୍ଜି ଅର୍ଗସ ନ୍ୟୁଜ ପ୍ରତିନିଧି ହୁଲେଶ୍ୱର ହଂସ ଯାଉଥିବା ବେଳେ ଚେକଟି ତଳେ ପଡିଥିବା ନେଇ ଦେଖିବାକୁ ପାଇଥିଲେ । ପରେ ଚେକକୁ ଆଣିଥିଲେ । ପରବର୍ତ୍ତୀ ସମୟରେ ଡୋଲାମଣି ଛୁରା ଙ୍କୁ ଫୋନ କରି ଚେକ ନେବା ପାଇଁ ଗଣମାଧ୍ୟମ କାର୍ଯ୍ୟାଳୟ କୁ ଡାକିଥିଲେ ।
ଚେକ ପାଇବା ପରେ ଡୋଲାମଣି ଖୁସିବ୍ୟକ୍ତ କରିଛନ୍ତି । ସେମାନେ ଚାହିଁଥିଲେ ଏହି ଚେକରୁ ଟଙ୍କା ଉଠାଣ କରିପାରିଥାନ୍ତେ ?କିନ୍ତୁ ସେମାନେ ଲୋଭର ବଶବର୍ତ୍ତୀ ନ ହୋଇ ସେହି ବ୍ୟକ୍ତି ଙ୍କୁ ଫୋନ କରି ଡାକି ଚେକ ଫେରାଇଥିବାରୁ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ତରଫରୁ ଦୁଇ ସାମ୍ବାଦିକ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ମହତ କାର୍ଯ୍ୟ କୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି।














