ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର :- ବଲାଙ୍ଗୀର ଜିଲ୍ଲା ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ରେ 2025-26 ଶିକ୍ଷା ବର୍ଷ ପାଇଁ ପ୍ରବେଶ କରିଥିବା ନୂତନ ଛାତ୍ରୀ ମାନଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ମୁକାନ୍ଦିଲାଲ ଅଗ୍ରୱାଲ ମହାବିଦ୍ୟାଳୟ ରୁ ଗତ ଜୁନ ମାସରେ ଅବସର ନେଇସାରିଥିବା ବରିଷ୍ଠ ଅଧ୍ୟାପକ ଶ୍ରୀ ବଳରାଜ ସିଂଦେଓ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ନୂତନ ଛାତ୍ରୀ ମାନଙ୍କୁ ଜୀବନ ର ଦର୍ଶନ ରେ ଶିକ୍ଷା ର ଭୂମିକା କେତେ ଗୁରୁତ୍ୱପୂର୍ଣ ଅଟେ।ସେ ବିଷୟରେ ଅବଗତ କରାଇଥିଲେ।
ଏହି ସଭାରେ ମହାବିଦ୍ୟାଳୟ ର ସବୁ ବିଭାଗର ମୁଖ୍ୟ ଯଥା ଯୁଧିଷ୍ଠିର ବେହେରା, ସୁନନ୍ଦା ରଥ, ସୋମନାଥ ମେହେର, ଜିତେନ୍ଦ୍ର ସୁନା, ନିରବତୀ ପଧାନ, ଧରାଶ୍ରୀ ମହାନ୍ତି, ନଜ଼ାନିନ ପରମାର, ଖେଳ ଶିକ୍ଷୟିତ୍ରୀ ରଞ୍ଜୁ ବଂଚୋର ଉପସ୍ଥିତ ଥିଲେ।ସଭାର ଅଧକ୍ଷତା କରୁଥିବା ଶ୍ରୀ ରାଜେନ୍ଦ୍ର ପୁରୋହିତ ଏହି ଅବସରରେ ଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ପ୍ରେରଣା ଯୋଗାଇବା ସହିତ ସରକାର ଦ୍ୱାରା ଦିଆଯାଇଥିବା ନିର୍ଦ୍ଧେଶ ବିଷୟରେ ସବୁ ଛାତ୍ରୀମାନଙ୍କୁ ଅବଗତି କରାଇଥିଲେ।
ପ୍ରଥମେ ଶେଷ ବର୍ଷ ଓ ଦ୍ବିରୀୟ ବର୍ଷ ର ଛାତ୍ରୀମାନେ ପ୍ରଥମ ବର୍ଷ ର ଛାତ୍ରୀମାନଙ୍କୁ ଫୁଲ ଚନ୍ଦନ ଦେଇକି ସ୍ୱାଗତ କରିଥିଲେ। ଏହାପରେ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ସ୍ୱାଗତ କଲାପରେ ବିଦ୍ୟାଦାତା ଶ୍ରୀ ଗଣେଶ ମହାପ୍ରଭୁଙ୍କ ମୂର୍ତ୍ତିରେ ମୁଖ୍ୟ ଅତିଥି ପୂଜା ଅର୍ଚନା କରି ସଭା ର ଶୁଭାରମ୍ଭ କରିଥିଲେ।ସ୍ୱାଗତ ସଂଗୀତ କୁ ପାୟଲ ଅଗ୍ରୱାଲ ଓ ରାଧା ଅଗ୍ରୱାଲ ଗାନ କରିଥିବାବେଳେ ସଭା ପରିଚାଳନା କୋଏନା ବାଗ ଓ ପାୟଲ ଅଗ୍ରୱାଲ ତୁଲାଇଥିଲେ।
ସବୁ ବିଭାଗୀୟ ମୁଖ୍ୟ ମାନେ ନିଜ ଅଭିଭାଷଣରେ ଛାତ୍ରୀ ମାନଙ୍କୁ ଭଲ ମଣିଷ ହୋଇ ଭଲ ପାଠ ପଢି ମହାବିଦ୍ୟାଳୟ ଓ ପରିବାର ର ନାମକୁ ଆଗକୁ ବଢେଇବାପାଇଁ ଦିଗଦର୍ଶନ ଦେଇଥିଲେ।ଏହି ଅବସରରେ ଗତ ମାର୍ଚ୍ଚ ମାସରେ ଏହି ମହାବିଦ୍ୟାଳୟ ର ଛାତ୍ରୀ ଏନ୍ ଜାହ୍ନବୀ ଦୋରା ବିକଶିତ ଭାରତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଭାରତ ସଂସଦ ରେ ରାଜ୍ୟ ର ପ୍ରତିନିଧିତ୍ୱ କରିଥିବାରୁ ତାଙ୍କୁ ମାନ ପତ୍ର ଓ ଔପଢୌକାନ ଦେଇ ସମ୍ମାନୀତ କରାଯାଇଥିଲା।
ଏହି ଅବସରରେ ଜହ୍ନବୀ ର ମାତା ପିତା ମଧ୍ୟ ଉପସ୍ଥିତ ଥିଲେ. ଏହା ବ୍ୟତୀତ ଗତ ଜୁନ ମାସରେ ଅବସର ଗ୍ରହଣ କରିଥିବା ଶ୍ରୀ ବଳରାଜ ସିଂ ଦେଓ ଙ୍କୁ ମଧ୍ୟ ମହାବିଦ୍ୟାଳୟ ତରଫସରୁ ମାନପତ୍ର ଓ ଔପଧାକାନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା ପରିଶେଷରେ ଅଙ୍କିତା ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା. ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ସହିତ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କୁ ଗୁଳାପ ଫୁଲ ଓ ଗିଫ୍ଟ ଦେଇ ସାମ୍ନାନୀତ କରାଯାଇ ସ୍ୱାଗତ କରାଯାଇଥିଲା l














