ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶୁକ୍ରବାର) ଢେଙ୍କାନାଳ :- ଜିଲ୍ଲାରେ ଆଜି ଆଉ ୮୭ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ଏବଂ ୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିର ଆକ୍ରାନ୍ତଙ୍କ ଓଡ଼ାପଡ଼ା ବ୍ଲକର ୪୫ ଜଣଙ୍କ ମଧ୍ୟରୁ ସିମିନଇ-୨୯, ଏକ ଘରିଆ-୩,ବାଙ୍ଗୁରସିଂହ ଓ ଓଡ଼ାପଡ଼ାରୁ ୨ ଲେଖାଏଁ ଏବଂ ମୁଳିସିଂହ,ଚାଇଁପୁର,ଶଙ୍କର ପ୍ରତାପପୁର,ଉପର ବାଘଲୁଣ୍ଡା,ପଞ୍ଚୁପଟି,ବେଲପଡା,ବଡ ବଉଳପୁର,ବଉଳପୁର ଓ ଉପରପାଳରୁ ଜଣେ ଲେଖାଏଁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଙ୍କଡ଼ାହାଡ଼ ବ୍ଲକର ବାମ ଗ୍ରାମରୁ ୨,ମହାବିର୍ ରୋଡ୍ ଓ ବିରାଶାଳରୁ ଜଣେ ଲେଖାଏଁ ଏବଂ ଭୁବନ ବ୍ଲକର ଏକତାଳିରୁ ୪, ଜୟପୁର ଓ କାନପାଳରୁ ଜଣେ ଲେଖାଏଁ ଓ NACରୁ ଜଣେ, କାମାକ୍ଷାନଗର NACରୁ ୪ ଜଣ ଚିହ୍ନଟ ହୋଇଥିବାବେଳେ ବ୍ଲକର ତାଳଗୋରଡରୁ ୪ ଜଣ ଓ ଭାଲୁମୁଣ୍ଡା ଓ ଅଁଳାବେରିଣୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ଢେଙ୍କାନାଳ ମୁନସିପାଲଟି ୧୧ ଜଣଙ୍କ ମଧ୍ୟରୁ ସିମିଳିଆ, ଗାୟତ୍ରୀ ନଗର ଓ ମାଣ୍ଡପା ସାହିରୁ ୨ ଲେଖାଏଁ, ,କାଲଟାକ୍ସ,ମହିଷାପାଟ, ଷ୍ଟେସନ୍ ବଜାର, ଗଣେଶ ବଜାର ଓ ବାଜିଚୌକରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ଗନ୍ଦିଆ ବ୍ଲକ ଯୋରନ୍ଦା,ଛାଟିଆ ଓ କାଲୁରିଆ ଗ୍ରାମରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ହିନ୍ଦୋଳ ଏନ୍ ଏ ସି ରୁ ୨ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୨ ଜଣ ହୋମ୍ କ୍ଵାରେଣ୍ଟାଇନରୁ, ଜଣେ ସଙ୍ଗରୋଧ କେନ୍ଦ୍ରରୁ,୨୦ ଜଣ ସ୍ଥାନୀୟ ଆଣ୍ଟିଜେନ୍ ଟେଷ୍ଟ୍ ଦ୍ଵାରା ଚିହ୍ନଟ ହୋଇଥିବାବେଳେ ୪ ଜଣ ହସ୍ପିଟାଲରେ ଚିହ୍ନଟ ହୋଇଛନ୍ତି ।
ଜିଲ୍ଲାପାଳ ଆଜି ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ ଚଷାସାହିର ନେହେରୁ ସାହୁଙ୍କ ଘରଠୁ ଲେଙ୍କା ସାହୁ ଘର ଦେଇ ପଞ୍ଚାୟତ କାର୍ଯ୍ୟାଳୟ ଓ ବାଉରୀ ନାଏକ ଘର ପର୍ଯ୍ୟନ୍ତ ଆସନ୍ତା ୧୫ ତାରିଖ ମଙ୍ଗଳବାର ୭୨ ଘଣ୍ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତିି । ଜିଲ୍ଲାରେ ଆଜି ଆଉ ୬୫ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୨୩୯୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୧୮୯୬ ଜଣ ସୁସ୍ଥ ହୋଇଥିବାବେଳେ ୫୦୦ ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତିି । (ରିପୋର୍ଟ /ଅମର ରଞ୍ଜନ ଦାସ)