• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଅସୀମ ଓଡ଼ିଶା ର ପ୍ରବାସୀ ଓଡିଆ ମନ୍ତ୍ରଣାଳୟ ପ୍ରସ୍ତାବ ପ୍ରତି ସମର୍ଥନ

Proprietor Abhimanyu Maharana by Proprietor Abhimanyu Maharana
September 12, 2020
in Uncategorized, ଓଡ଼ିଶା, ଦେଶ, ବିଶ୍ଵ, ହୋମ୍
0
ଅସୀମ ଓଡ଼ିଶା ର ପ୍ରବାସୀ ଓଡିଆ ମନ୍ତ୍ରଣାଳୟ ପ୍ରସ୍ତାବ ପ୍ରତି ସମର୍ଥନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶୁକ୍ରବାର) ବାଙ୍ଗାଲୋର :- ଓଡିଆ ଉଇଦାଉଟ ବର୍ଡର (ଓ ଡବ୍ଲୁ ବି ) ଅସୀମ ଓଡ଼ିଶା ତରଫରୁ ରାଜ୍ୟ ରେ ପ୍ରବାସୀ ଓଡିଆ ମନ୍ତ୍ରଣାଳୟ ଖୋଲିବା ପାଇଁ ଦିଆଯାଇ ଥିବା ପ୍ରସ୍ତାବ ସପକ୍ଷରେ ଦେଶ ବିଦେଶରୁ ପ୍ରବାସୀ ଓଡିଆ ସଂଗଠନ ଓ ଜନ ସାଧାରଣଙ୍କ ତରଫରୁ ବିପୁଳ ସମର୍ଥନ ପ୍ରକାଶ ପାଉଥିବା ଜଣାଯାଇଛି। ଦେଶ ବିଦେଶରେ ବସବାସ କରୁଥିବା ପ୍ରବାସୀ ଓଡିଆମାନଙ୍କର”ଇମିଗ୍ରେସନ” ଭଳି ସମସ୍ୟା ଗୁଡ଼ିକୁ ଯଦିଓ ବହିରବ୍ୟାପାର ମନ୍ତ୍ରଣାଳୟ ବୁଝିଥାଏ, କିନ୍ତୁ ଏ ମାମଲାରେ ଓଡିଶା ସରକାର ହସ୍ତକ୍ଷେପ କଲେ ସ୍ୱାଭାବିକ ଭାବେ ଏନ୍ ଆର୍ ଓ ମାନେ ବିଶେଷ ଭାବେ ଉପକୃତ ହୋଇ ପାରିବେ ବୋଲି ଓଡିଶା ସୋସାଇଟ୍ ଅଫ୍ ଆମେରିକାର ସଭାପତି କୁକୁ ଦାସ ଓ ଅଲ ରୁଷିଆ ଓଡ଼ିଆ ସୋସାଇଟିର ସଭାପତି ସନ୍ତୋଷ ମିଶ୍ର ମତ ପ୍ରକାଶ କରିଛନ୍ତି l

ରାଜ୍ୟ ସରକାରଙ୍କ ଦ୍ଵାରା ଏନ୍ ଆର୍ ଓ ମନ୍ତ୍ରଣାଳୟ ଗଠନ ର ପ୍ରସ୍ତାବ କୁ ଅଲ ଓଡ଼ିଆ କମୁନିଟି ଇନ ଅଷ୍ଟ୍ରେଲିଆ (ଓ.ରି.ଓ.ଜ. ) ର ସଭାପତି ଡ଼ଃ ନଳିନୀ ପତି, ଓଡିଶା ସୋସାଇଟି ଅଫ୍ ୟୁକେ ର ସଭାପତି ସୁମନ୍ତ ମାନସିଂହ, ସାଧାରଣ ସମ୍ପାଦକ ଶିବ ରଞ୍ଜନ ବିଶ୍ଵାଳ, ଓଡି଼ଶା ସାମାଜ, ୟୁ. ଏ. ଇ ର ସଭାପତି ଅମିୟ ମିଶ୍ର, ସାଧାରଣ ସମ୍ପାଦକ ପ୍ରିତିଶ ଦାସ, ଓଡ଼ିଆ ସୋସାଇଟି ଅଫ ସିଙ୍ଗାପୁର ର ସଭାପତି ସମ୍ବିତ ମିଶ୍ର ପ୍ରମୁଖ ସମୁଚିତ ଓ ପ୍ରାସଙ୍ଗିକ ବର୍ଣ୍ଣନା କରି ଓଡ଼ିଶା ସରକାର ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ପ୍ରକାଶ କରିଛନ୍ତି l

ଏହା ଦ୍ଵାରା ଏକ ପକ୍ଷରେ ପ୍ରବାସ ରେ ବସବାସ କରୁଥିବା ଓଡ଼ିଆ ମାନଙ୍କୁ ରାଜ୍ୟର ଉନ୍ନୟନ ବ୍ୟାପାର ରେ ଅନ୍ତର୍ଭୁକ୍ତ କରାଯାଇ ପାରିବା ସାଙ୍ଗକୁ ପ୍ରବାସୀ ଶ୍ରମିକ ମାନଙ୍କ ର ସମସ୍ୟା କୁ ମଧ୍ୟ ସକାରାତ୍ମକ ଢଙ୍ଗରେ ପ୍ରଶମିତ କରାଯାଇ ପାରିବ ବୋଲି ସେମାନେ ଦମ୍ଭ ପ୍ରକାଶ କରିଛନ୍ତି l ଏପରିକି କରୋନା ଯୋଗୁଁ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକ ତଥା ଦେଶ ବିଦେଶରେ ଏବେବି ରହିଥିବା ଅସଂଗଠିତ ଓଡ଼ିଆ ଶ୍ରମିକ ମାନଙ୍କର ଗୁଣାତ୍ମକ ତଥା ଯୋଗ୍ୟତା ଓ ପାରଦର୍ଶିତା ଭିତ୍ତିକ ନିଯୁକ୍ତିକରଣ ନେଇ ପ୍ରସ୍ତାବିତ ମନ୍ତ୍ରଣାଳୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ପାରିବ ବୋଲି ଏହି ପ୍ରତିନିଧି ମାନେ ଉଲ୍ଲେଖ କରିଛନ୍ତି l

ଏଠାରେ ପ୍ରକାଶ ଥାଉ କି ନିକଟରେ ପ୍ରବାସୀ ଶ୍ରମିକ ସମସ୍ୟା ସମ୍ପର୍କରେ ଅସୀମ ଓଡିଶା ତରଫରୁ ଆୟୋଜିତ ଏକ ୱେବିନାର ଅବସରରେ ଓ ଡବ୍ଲୁ ବି ର ସଭାପତି କ୍ଷୀରୋଦ କୁମାର ଜେନା, ଓଡିଶା ରେ ପ୍ରବାସୀ ଓଡିଆ ମନ୍ତ୍ରଣାଳୟ ଆରମ୍ଭ କରାଯିବାର ପ୍ରସ୍ତାବ ଉପସ୍ଥାପନ କରିଥିଲେ l ଏହି ଭର୍ଚୁଆଲ ସଭାରେ ଉପସ୍ଥିତ ଦୁଇ ବିଶିଷ୍ଟ ବକ୍ତା ସାଂସଦ ଅମର ପଟ୍ଟନାୟକ ଓ ସୁଜିତ୍ କୁମାର ଏହି ପ୍ରସ୍ତାବ କୁ ନ୍ୟାୟ ଆକ୍ଷା ଦେଇ ଏହା ର ଦୃଢ଼ ସମର୍ଥନ କରିଥିଲେ l ଅସୀମ ଓଡିଶାର ଉପଦେଷ୍ଟା ଯେ ପି ଊଦଗାତା, ମୁଖ୍ୟ ପ୍ରୋତ୍ସାହକ ନିହାର ସାମନ୍ତରା, ମୁଖ୍ୟ ସଂଯୋଜକ କିଶୋର୍ ଦ୍ବିବେଦୀ ଓ ସମ୍ପାଦକ ହର ପ୍ରସାଦ ମହାପାତ୍ର ତଥା ଓଡି଼ଶା ଫୋରମ୍ ର ସମ୍ପାଦକ ରବି ପାଣି ମଧ୍ୟ ଏହି ପରାମର୍ଶ କୁ ସମୟର ଆହ୍ୱାନ ବୋଲି ଦର୍ଶାଇ ସମର୍ଥନ ଜ୍ଞାପନ କରିଥିଲେ |

ଅନ୍ ଲାଇନ୍ ଆଲୋଚନା ଚକ୍ରରେ ଉପସ୍ଥିତ ଅସୀମ ଓଡିଶାର କର୍ମକର୍ତ୍ତା ଓ ସଦସ୍ୟ ଯଥା ଡି ସିଂଦେଓ, କୃପାନିଧି ବିଶ୍ଵାଳ, ମନୋଜ ପାତ୍ର, ମନୋଜ ନାୟକ, ରମାକାନ୍ତ ମହାପାତ୍ର, ସଂଜୀବ ପଟନାୟକ, ସଂଗ୍ରାମ ଧର, ସରସ ଜେନା, ଲିଙ୍କନ ସୁବୁଦ୍ଧି, ପ୍ରବୋଧ ସାମନ୍ତରା, ପ୍ରିୟବ୍ରତ ଦାସ, ଶାନ୍ତନୁ ଜେନା, ବିନୟ ସାହୁ, ପ୍ରଭୁଦତ୍ତ ଧଳ, ରମେଶ ସାହୁ ଓ କାର୍ଯ୍ୟକ୍ରମ ର ସଂଚାଳକ ପ୍ରଣବ ପାଣି ପ୍ରମୁଖ ପ୍ରବାସୀ ଓଡିଆ ମନ୍ତ୍ରଣାଳୟ ଗଠନ ପ୍ରସ୍ତାବକୁ ସ୍ୱାଗତ କରିଥିଲେ ଏବଂ ଏ ବାବଦରେ ଆଶୁ ପଦକ୍ଷେପ କାମନା କରିଥିଲେ |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

July 1, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

July 1, 2026
ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ

July 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ

July 1, 2026
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର  ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ

July 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version