No Result
View All Result
କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡ଼ଙ୍ଗା ପଞ୍ଚାୟତ କନ୍ଧବାହାଲ ଗାଁ ଆଜାଦ ବ୍ଳକ ପକ୍ଷରୁ ସଭାପତି ଚମ୍ପେଶ୍ଵର ବାଗ ଙ୍କ ନେତୃତ୍ବ ରେ ରବିବାର ରାତ୍ରିରେ ବିରାଟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ବିଜୁ ଜନତା ଦଳ ନେତ୍ରୀ ନିରୁପମା ମାଝି, ସ୍ବତନ୍ତ୍ର ଅତିଥି ପୂର୍ବତନ ସୈନିକ ତଥା ଯୁବ ବିଜେଡି ନେତା ଗିରିରାଜ ସିଂ ମାଝି, ମୁଖ୍ଯ ବକ୍ତା ଭାବେ ଡକ୍ଟର ରମେଶ ଚନ୍ଦ୍ର ମାହାନନ୍ଦ, ସମ୍ମାନୀତ ଅତଥି ଭାବେ ସମାସେବୀ ଗୋବିନ୍ଦ ତାଣ୍ଡି,
ବିଜେଡି ନେତା ଆଶାଦୁଲା ଖାଁ, ରାଜ୍ଯ ସାମ୍ବାଦିକ ସଂଘ ବଲାଙ୍ଗୀର ଜିଲ୍ଲା ଉପ ସଭାପତି ରୋହନ କୁମାର ମହତ, ପତ୍ରକାର ସଂଘ ଜିଲ୍ଲା ସଭାପତି ତୁଲସୀରାମ ଜଗତ, ଯୁବ ସାମ୍ବାଦିକ ମୋହନ ସୁନା, ବିଜେଡି ନେତ୍ରୀ ପିଙ୍କି ଖର୍ସେଲ, ସ୍ବେଚ୍ଛା ସଂଗଠନ ସଭାପତି ଶାନ୍ତାନୁ ବିଭାର ବିଜେଡି ନେତା ଦେବରା ବାରିକ, ଦେବରାଜ ଯାଦବ, ଜିତେନ୍ଦ୍ର ଖୁରା ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମ ରେ ବିଶେଷଜ୍ଞ ଆକର୍ଷଣ ଭାବେ ଅଭିନେତ୍ରୀ ପ୍ରାଚି ପାଣିଗ୍ରାହୀ, କଣ୍ଠଶିଳ୍ପୀ ଅଶୋକ କୁମାର ଯୋଗ ଦେଇଥିଲେ।
ଆୟୋଜିତ ଏହି ନୂଆଁଖାଇ ଭେଟଘାଟ ଅବସରେ ଏକ ବିରାଟ ବୁଙ୍ଗି ବୁଙ୍ଗି ଡେନ୍ସ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ବିଭିନ୍ନ ଅଞ୍ଚଳ ଅନେକ ପ୍ରତିଯୋଗି ଆସି ଅଂଶଗ୍ରହଣ କରି ସାଂକୃତିକ କାର୍ଯ୍ୟକ୍ରମ ରେ ଦର୍ଶକ କୁ ରାତି ସାରା ବାନ୍ଧି ରଖଥିଲେ। ଏହି ଅବସରରେ କନ୍ଧବାହାଲ ଗାଁ ବିଭିନ୍ନ ପ୍ରକାରର ପ୍ରତିଭା ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା।
ଅଭିନେତ୍ରୀ ପ୍ରାଚି ପାଣିଗ୍ରାହୀ ଙ୍କ ସମ୍ବଲପୁରୀ ନୃତ୍ୟ ରେ ଦୁଲ୍ କିଲା ମଞ୍ଚ । ଏହି କାର୍ଯ୍ୟକ୍ରମ ରେ ଉପ ସଭାପତି ମଣ୍ଟୁ ମାହାନନ୍ଦ, ସମ୍ପାଦକ ରଞ୍ଜିତ ଦଣ୍ଡସେନା, କୋଷାଧ୍ୟକ୍ଷ ରାଜେଶ ଦଣ୍ଡସେନା, ସହ କୋଷାଧ୍ୟକ୍ଷ ବାସୁଦେବ ପନିକା,ସହ ସଂପାଦକ ଲକ୍ଷେଶ୍ବର ଦଣ୍ଡସେନା, ଉପଦେଷ୍ଟା ରାଷ୍ଟ୍ରପତି ଜାନୀ, ସମାଜସେବୀ ଖଗେଶ୍ବର ବାଗ କାର୍ଯ୍ୟକ୍ରମ ପରିଚାଳକ କରିଥିବା ବେଳେ ଉପସ୍ଥାପିକା ବବିତା ବାଗ ମଞ୍ଚ ପରିଚାଳନା କରିଥିଲେ।

No Result
View All Result