ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଗଜପତି ଜିଲ୍ଲାରେ ଲଗାଣ ବର୍ଷାରେ ଘର ପଛପଟେ ଥିବା ପାହାଡ଼ରୁ କୃତ୍ରିମ ନଦୀ ମାଡ଼ି ଆସିବା ଫଳରେ ଗୁମ୍ମା ବ୍ଲକ୍ ଅନ୍ତର୍ଗତ ଝାମୀ ପଞ୍ଚାୟତ ପର୍ଶୁରାମପୁର ଗ୍ରାମର ୫ଟି ଘରେ ପାଣି ପଶିଯାଇଛି। ସେଥିମଧ୍ୟରୁ ଦୁଇଟି ଘରର କାନ୍ଥ ଭୁଶୁଡ଼ି ଯାଇଥିବା ବେଳେ ଅଳ୍ପକେ ପରିବାରବର୍ଗ ବର୍ତ୍ତି ଯାଇଛନ୍ତି। ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି। ଗତକାଲି ହଠାତ୍ ପାହାଡ଼ରୁ ବର୍ଷା ପାଣି ମାଡ଼ି ଆସିଥିଲା।















