ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗାଁରେ ଜମି ଚିହ୍ନଟ ପାଇଁ ବୈଠକ ଚାଲିଥିବା ବେଳେ କିଛି ଯୁବକ ରକ୍ତାତ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ପରେ ଘଟଣାର ତଦନ୍ତ କରୁଛି ପୁଲିସ l ତେବେ ଥାନାରେ କୌଣସି ମାମଲା ରୁଜୁ ନ ହୋଇ ତଦନ୍ତ ପରେ ମାମଲା ପଞ୍ଚିକୃତ ହେବ ବୋଲି ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା କହିଛନ୍ତି l ମିଳିଥିବା ସୂଚନା ପ୍ରକାରେ ବିରିକୋଟ ଗାଁର ଏକ ସରକାରୀ ଜମି ଖାତା ନମ୍ବର ୨୫୦ ଓ ପ୍ଲଟ ନମ୍ବର ୬୦୨କୁ ନେଇ କିଛି ବ୍ୟକ୍ତି ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ହୋଇଥିଲା l

ଏହି ବିବାଦର ସମାଧାନ ପାଇଁ ବୁଧବାର ବିରିକୋଟ ଗାଁର ଭଦ୍ରବ୍ୟକ୍ତ, ସରପଞ୍ଚ, ମହିଳା ସଂଘ ଓ ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା l ଜମି ଚିହ୍ନଟ ପାଇଁ ଆଲୋଚନା ଚାଲିଥିବା ବେଳେ ବିରିକୋଟ ଗାଁର ବିଜୟ ନାୟକ, ଅlସମାନ ନାୟକ, ଚନ୍ଦନ ନାୟକ, ଥୋମାସ ନାୟକ, ରଘୁନାଥ ନାୟକ ଅଚାନକ ଦଳବଦ୍ଧ ଭାବେ ଆସି ବୈଠକରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ l ତେଣୁ ଆଗାମୀ ଦିନରେ ବିପଦ ଥିବା ଆଶଙ୍କା କରି ଏନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଅନ୍ୟ ପକ୍ଷରେ ପ୍ରତିପକ୍ଷ ମଧ୍ୟ ଏକ ଏତଲା ଦେଇଛନ୍ତି l















