No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ପୋଖରୀରେ ବୁଡି ଯୁବକ ମୃତ l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଟିଗୁଡ଼ା ଗାଁରେ l ମୃତ ଯୁବକ ଜଣଙ୍କ ହେଲେ ସେହିଁ ଗାଁର ଧର୍ମେନ୍ଦ୍ର ନାୟକ l ମଙ୍ଗଳବାର ଅପରାହ୍ନ ସମୟରେ ଯୁବକ ଜଣଙ୍କ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ l ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇଥିଲେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମୋହନା ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ l
ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଖବର ପାଇ ମୋହନା ପୋଲିସ୍ ପହଞ୍ଚି ମୃତ ଦେହ କୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି l ଯୁବକ ଜଣଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି ନା ଆଉ ଅନ୍ୟ କଣ କାରଣ ରହିଛି l ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର କାରଣ ସ୍ପଷ୍ଟ ହେବ।

No Result
View All Result