ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ସମ୍ପ୍ରତି ଭଦ୍ରକର ମାଖଲପୁର ଠାରେ ଅନୁଷ୍ଠିତ ଦିବଂଗତ ସମାଜସେବୀ ମାୟାଧର ପାଢୀଙ୍କ ଦଶମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଅବସରରେ ଓଡ଼ିଆ ସାହିତ୍ଯକୁ ସାମଗ୍ରିକ ଅବଦାନ ନିମନ୍ତେ ଶ୍ରୀକ୍ଷେତ୍ରର ବିଶିଷ୍ଟ ସାହିତ୍ୟିକ ଦମ୍ପତି ମାନସ ରଂଜନ ମହାପାତ୍ର ଓ ଶୈଳବାଳା ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।

ସ୍ଥାନୀୟ ଲୋକନାଥ ପାଠାଗାରକୁ ମଧ୍ଯ ସେମାନେ ପଠନ ପ୍ରବୃତ୍ତିର ବିକାଶ ପାଇଁ ପୁସ୍ତକ ପ୍ରଦାନ କରିଥିଲେ । ଉତ୍ସବରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ମହାପାତ୍ର ଭଦ୍ରକ ଓ ଶ୍ରୀକ୍ଷେତ୍ରର ସାହିତ୍ଯିକ ଓ ସାଂସ୍କୃତିକ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ ।

ଶିକ୍ଷା ଓ ସଂସ୍କୃତିର ବିକାଶ ପାଇଁ ଦେଶର ବିଭିନ୍ନ ଅଞ୍ଚଳରେ ଏହି ଦମ୍ପତି ଗତ ଅର୍ଦ୍ଧ ଶତାଦ୍ଦୀ ଧରି କାର୍ଯ୍ୟରତ ଅଛନ୍ତି। ସମ୍ମାନିତ ହେବା ପରେ ପୁରୀ ରେ ଏହି ଖବର ଶୁଣି କବି, କବୟିତ୍ରୀ, ଲେଖକ ଲେଖିକା ଓ ବୁଦ୍ଧିଜୀବୀ ମହାଲରେ ଆନନ୍ଦ ର ଲହରୀ ଖେଳିଯାଇଛି l














