ଗଜପତି (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମ ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଗଜପତି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତରଫରୁ ଏକ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ସହକାରୀ ଶ୍ରମ ବିଭାଗ ଅଧିକାରୀ ମଦନ ମୋହନା ଟୁଡୁ ଙ୍କ ନେତୃତ୍ୱରେ ପ୍ରବାସୀ ଶ୍ରମିକ ମାନଙ୍କ ଅଧିକାର ,ଆଇନ ଓ ନିୟମ ଉପରେ ସଚେତନ ଓ ଆଲୋଚନା କରିଥିଲେ ।

ସମସ୍ତ ବର୍ଗର ଶ୍ରମିକ ମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ସେମାନଙ୍କ ସହ ପ୍ରାଞ୍ଜଳ ଭାବେ ଆଲୋଚନା କରିବାସହ କିପରି ତାହାରି ସମାଧାନ ହୋଇପାରିବ ସମାନ କାକୁ ସମାନ ମଜୁରୀ ,ଶ୍ରମିକ କାର୍ଡ ,ଶ୍ରମିକ ଇନ୍ସୁରାନ୍ସ ଏପରିକି ଶ୍ରମ ଆଇନ ଉପରେ ଅଧିକ ଗୁରୁତୱପୂର୍ଣ୍ଣ ଆଲୋଚନା କରିବାସହ ପ୍ରଞ୍ଜେଲ ଭାବେ ଶ୍ରମିକ ମାନକୁ ବୁଝାଇଥିଲେ ଶ୍ରୀ ଟୁଡୁ ।















