No Result
View All Result
ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଣେଶ ପୂଜା ଅବସରରେ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁଙ୍କୁ ମାଳମୁଠା ମଧୁବୈଶ୍ୟ ସମାଜ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା କରାଯାଇଛି l ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଟ କର୍ମକର୍ତ୍ତା ଶ୍ରୀ କୋରା ସାହୁ ବଡ଼ଖେମୁଣ୍ଡି ସଭାପତି ଶ୍ରୀ ଗଣେଶ ସାହୁ ଶ୍ରୀ ତ୍ରିନାଥ ସାହୁ ଶ୍ରୀ ଲକ୍ଷ୍ମୀକାନ୍ତ ସାହୁ ଶ୍ରୀ ବାବୁଲି ସାହୁ ଶ୍ରୀ ରବି ନାରାୟଣ ସାହୁଙ୍କ ସମେତ ମାଲମୁଠାର ପ୍ରାୟ 80 ପରିବାରର ସଦସ୍ୟ ଯୋଗ ଦେଇଥିଲେ l
ଶ୍ରୀ ସାହୁ ଦୀର୍ଘ 32 ବର୍ଷ ଏ ଅଞ୍ଚଳରେ ଶିକ୍ଷକତା କରିବା ସହ ମଧୁବୈଶ୍ୟ ସମାଜର ଚାନ୍ଦିପୁଟ ସ୍ଥିତ କୁଳଇଷ୍ଟ ଗଣେଶଙ୍କ ନିର୍ମାଣଧୀନ ମନ୍ଦିରର ନିର୍ମାଣ କାର୍ଯ୍ୟରେ ତାଙ୍କର ଭୂମିକା ଗୁରୁତ୍ୱ ପୂର୍ଣ୍ଣ l ସମାଜ ପ୍ରତି ତାଙ୍କର ବହୁ ଅବଦାନ ରହିଛି ବୋଲି ବିଶିଷ୍ଟ ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ l ତାଙ୍କ ଚାକିରୀ ଜୀବନ ଅବସରରେ ତାଙ୍କୁ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

No Result
View All Result