ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ୱାୟତ ଶାସନ ଦିବସ ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଏସ କେ ସି ଜି କଲେଜ ଗ୍ରାଉଣ୍ଡଠାରେ ମୁନସିପାଲ କାଉନସିଲ -11 ସହ ପାରଳାଖେମୁଣ୍ଡି ମିଡ଼ିଆ -11 ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଆୟୋଜନ କରାଯାଇଥିଲା l ଏଥିରେ ମାନ୍ୟବର ପାରଳା ବିଧାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ମ୍ୟାଚର ଶୁଭଉଦଘାଟନ କରିଥିଲେ l















