ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ବାଇକ ଧକ୍କାରେ ବୁଦ୍ଧାଙ୍କ ମୃତ୍ୟୁ ଘଟିଛି l ଗଜପତି ଜିଲ୍ଲା ଆର-ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ ଗାଁରେ ଘଟିଛି ଏଭଳିଏକ ମର୍ମାନ୍ତୁକ ସଡକ ଦୁର୍ଘଟଣା l ଅପରାହ୍ନ ସମୟରେ ତୁବୁରୁବା ଗାଁର ସନି ରଇତ ନାମକ ଜଣେ ବୃଦ୍ଧା କୌଣସି ଏକା କାମରେ ମହେନ୍ଦ୍ରଗଡ ଆସିଥିଲେ l
ହଟାତ ସେହି ସମୟରେ ମହେନ୍ଦ୍ରଗଡ ଗ୍ରାମର ଧନୁ ନୟାକଙ୍କ 24 ବର୍ଷୀୟ ପୁଅ ସତ୍ୟ ନାୟକ କୌଣସି ଏକ କାମରେ ଛେଳିଗଡକୁ ନିଜ ବାଇକ ରେ ଯାଉଥିବା ବେଳେ ବୃଦ୍ଧା ସନି ରଇତଙ୍କୁ ଧକ୍କା ଦେଇଥିଲା ଫଳରେ ସେଠାରେ ହିଁ ସେ ଅଚେତ ହୋଇପଡ଼ିଥିଲେ l
ତେବେ ଚନ୍ଦ୍ରଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ଡ଼କ୍ଟର ତାଙ୍କୁ ମୃତ ଘୋଷଣା କରିଛନ୍ତି l ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ କୁ ପଠାଯାଇଥିବା ବେଳେ ବାଇକ ଚାଳକ ସତ୍ୟ ନାୟକ ଙ୍କୁ ଅଟକ ରଖି ତଦନ୍ତ ଚଲାଇଛି ।

© 2023 Odisha Taza News.