ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ମହୋଦଧି ମହାବୀର କ୍ଲବ ପକ୍ଷ ରୁ ଏକ ସମ୍ୱର୍ଦ୍ଧନା ଓ ପୁରସ୍କାର ବିତରଣ ଉତ୍ସବ କ୍ଲବ ପରିସର ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ପ୍ରଫେସର ହରିହର ହୋତା ଓ ଆଡଭୋକେଟ ପ୍ରସନ୍ନ କୁମାର ମିଶ୍ର ଯୋଗ ଦେଇଥିଲେ। କ୍ଲବ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଚିତ୍ରାଙ୍କନରେ ଭାରତରେ ଶ୍ରେଷ୍ଠ ପ୍ରତିପାଦନ କରିପାରିଥିବା ସନ୍ତୋଷ କୁମାର ସେଠି ଓ ସନ୍ତୋଷ କୁମାର ଘଟୁଆରୀ ଏବଂ ସ୍ୱଚ୍ଛସାଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ମୁଖ୍ଯ ଅତିଥି ନିଜ ଅଭିଭାଷଣରେ ଭାରତର ବୀର ଯବାନ କିପରି ସୀମାରେ ରହି ଆମ୍ଭମାନଙ୍କୁ ସୁରକ୍ଷିତ ରଖି ପାରୁଛନ୍ତି ତାହା ବର୍ଣ୍ଣନା କରବା ସହିତ ବୀର ଯବାନ ମନୋରଞ୍ଜନ ସାହୁ, ପ୍ରଶାନ୍ତ ଚନ୍ଦ୍ର ମହାନ୍ତି, ସନ୍ଦିପ କୁମାର ଶତପଥି ଓ ଦେବରାଜ ଲେଙ୍କାଙ୍କୁ ଅବସର ପ୍ରାପ୍ତ ସେନା ଅଧିକାରୀ ଭାବରେ ସମ୍ୱର୍ଦ୍ଧନା କରାଯାଇଅଛି। କ୍ଲବର ସଭାପତି ଆର୍ଯ୍ୟକାନ୍ତ ପଟ୍ଟନାୟକ ଏହି ଅବସର ପ୍ରାପ୍ତ ସେନା ଅଧିକାରୀଙ୍କ ଅସୀମ ବୀରତ୍ୱ ବିଷୟରେ ସାମୟିକ ବିବରଣୀ ଦେଇଥିଲେ l ସଂପାଦକ ଶୈଳେନ୍ଦ୍ର ପଟ୍ଟନାୟକ କ୍ଲବର ବାର୍ଷିକ ବିବରଣୀ ପାଠ କରିଥିଲେ। ଝିମିଲି ପଟ୍ଟନାୟକ ସଭା ପରିଚାଳନା କରିଥିବା ସହିତ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।














