No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ୭୯ତମ ସ୍ୱାଧୀନତା ଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା ପତାକା ଉତ୍ତୋଳନ କରି କହିଥିଲେ ଭାରତ ଦେଶ ଏକ ଘଡି ସନ୍ଦି ମୁହୂର୍ତ୍ତ ଦେଇ ଗତି କରୁଛି । ଦେଶର ଅଖଣ୍ଡତା ଓ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷମାନଙ୍କ ତ୍ୟାଗ ଓ ସାହସକୁ ପ୍ରଶଂସା କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ଦେଶର ପ୍ରଗତି ଓ ଉନ୍ନତିରେ ଭାଗନେଇ ଭାରତକୁ ଏକ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା ପାଇଁ ଅଧ୍ୟକ୍ଷ ପ୍ରାଧ୍ୟାପକ ପଣ୍ଡା ଆହ୍ୱନ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର,ଡକ୍ଟର ଶୈଳେନ୍ଦ୍ର ନରାୟଣ ଦେଓ, ଜାତୀୟ ସମର ଶିକ୍ଷାର୍ଥୀ ମହିଳା ବାହିନୀର ଅଧିକାରିଣୀ ଅଧ୍ୟାପିକା ସାଗରିକ ଦାସ, ପୁରୁଷ ବାହିନୀର ଏନ୍.ସି.ସି ଅଧିକାରୀ ଅଧ୍ୟାପକ ନରେଶ କୁମାର ବେହେରା, ଯୁବରେଡକ୍ରସ କାଉନସିଲର ଅଧ୍ୟାପିକା ସରସ୍ୱତୀ ଦେଉରୀ ଓ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ପ୍ରଧାନ,ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଯୋଗୀନାଥ ମଲ୍ଲୀକ,
ରୋଭର ଲିଡର ଭୂପତି ଭୂଷଣ ପ୍ରଧାନ, ରେଞ୍ଜର ଲିଡର ଅଧ୍ୟାପିକା ଦେବସ୍ମୀତା ରାଉତ, କ୍ରୀଡା ଅଧ୍ୟାପକ ରବିନାରାୟଣ ପ୍ରଧାନ, ଡଃ.ଶ୍ରୀକାନ୍ତ ଦାଶ, ଅଧ୍ୟାପକ ଚିନ୍ମୟ କୁମାର ତ୍ରିପାଠୀ, ଅଧ୍ୟାପିକା ଜ୍ୟୋର୍ତିମୟୀ ପାଢୀ ପ୍ରମୁଖ ଯୋଗଦାନ କରି ସ୍ୱାଧୀନତା ଦିବସ ପାଳନକୁ ସଫଳ କରିଥିଲେ । ଏହିି ଅବସରରେ କଲେଜ ପରିସରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ଅଧ୍ୟକ୍ଷ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

No Result
View All Result