No Result
View All Result
ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ବଲାଙ୍ଗୀର ଜିଲ୍ଲା :- କଣ୍ଟାବାଞ୍ଜି ସ୍ନାତକ ମହିଳା ମହାବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯକ୍ରମ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ସୂଚନାନୁଜାୟୀ ଭାରତ ସରକାର ଓ ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ର ନିର୍ଦ୍ଧେଶ କ୍ରମେ ଅଗଷ୍ଟ ମାସ ୯ ତାରିଖରୁ ୧୫ ତାରିଖ ମଧ୍ୟରେ ହର ଘର ତ୍ରିରଙ୍ଗା କାର୍ଯକ୍ରମ କରିବା ପାଇଁ ନିର୍ଦ୍ଦେଶ ନାମା ଜାରି କରାଯାଇଥିଲା । ତଦନୁଜାୟୀ ଆଜି ଦିବା ୧୧ ଘଟିକା ସମୟରେ ମହାବିଦ୍ୟାଳୟ ରୁ ଏକ ଶୋଭାଯାତ୍ରା ବାହାରି ଦୈନିକ ବଜାର ଛକ, ଏକ ନମ୍ବର ରୋଡ, ଶାସ୍ତ୍ରୀ ଛକ, ଇନ୍ଦିରା ଛକ, ପର୍ଶୁରାମ ଛକ, ୫ନମ୍ବର ରାସ୍ତା ଦେଇ ଏହି ତ୍ରିରଙ୍ଗା ପଦଯାତ୍ରା ମହାବିଦ୍ୟାଳୟ କୁ ଫେରିଥିଲା ।

ଏହି ତ୍ରିରଙ୍ଗା ଯାତ୍ରା ରେ ଛାତ୍ରୀ ମାନେ ବହୁସଂଖ୍ୟାରେ ଉତ୍ସାହର ସହ ଯୋଗ ଦେଇଥିଲେ । ଏହି ପଦଯାତ୍ରା ସମୟରେ ଛାତ୍ରୀ ମାନେ ତ୍ରିରଙ୍ଗା କୁ ସମ୍ମାନ ପୂର୍ବକ ଓ ଜନସାଧାରଣ ଙ୍କ ମଧ୍ୟରେ ଦେଶମାତୃକା ପ୍ରତି କର୍ତ୍ତବ୍ୟ ଜାଗରଣ କରିବା ପାଇଁ ବିଭିନ୍ନ ସ୍ଲୋଗାନ ଦେଇଥିଲେ।ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା, ଝଣ୍ଡା ଉଚା ରହେ ହମାରା,ତ୍ରିରଙ୍ଗା ଯାନ ହାମାରା ହାଏ, ତ୍ରିରଙ୍ଗା ମାନ ହନାରା ହେ, ଭାରତ ମାତା କି ଜୟ ଇତ୍ୟାଦି ସ୍ଲୋଗାନ ଦେଇଥିଲେ ।
ଏଥିରେ ଦେଶ ପ୍ରୀତି ପ୍ରଜ୍ବଳିତ ହେଉଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଯୁଧିଷ୍ଠିର ବେହେରା,ଜିତେନ୍ଦ୍ର ସୁନା, ସୋମନାଥ ମେହେର, ଅଧ୍ୟାପିକା ସୁନନ୍ଦା ରଥ,ଲିପାନୀତା ପାଧାନ , ଧରାଷ୍ରୀ ମହାନ୍ତି,ରଶ୍ମି ରମୀତା ମେହେର, ଖେଳ ଶିକ୍ଷୟତ୍ରୀ ରଞ୍ଜୁ ବଞ୍ଛୋର୍, ସନ୍ତୋଷ ତ୍ରିପାଠୀ, ନଜନିନ ପର୍ମାର୍ ,ବିବେକ ସାହୁ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

No Result
View All Result