ଓଡ଼ିଶା ତାଜା ନ୍ୟୁଜ (୮ ସେପ୍ଟେମ୍ବର ମଙ୍ଗଳବାର) ହିଞ୍ଜିଳିକାଟୁ :– ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଗଞ୍ଜାମ ଜିଲ୍ଲାରେ କମିବାରେ ଲାଗିଛି । ଏକଦା ଗଞ୍ଜାମ ଜିଲ୍ଲାରେ ରାଜ୍ୟର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବର୍ତମାନ ୮ମ ସ୍ଥାନକୁ ଖସି ଆସିଛି । ତେବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ହିଞ୍ଜିଳିକାଟୁ ଶାଖାର ପରିଚାଳକ ସତ୍ୟାଶିଷ ପଟ୍ଟନାୟକ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏସବିଆଇ ସ୍ଥାନୀୟ ଶାଖା ପରିଚାଳକ ଶ୍ରୀ ପଟ୍ଟନାୟକ ଗତ କିଛି ଦିନ ପୂର୍ବରୁ ଅସୁସ୍ଥତା ଅନୁଭବ କରିବା ପରେ କରୋନା ପରୀକ୍ଷା କରାଇଥଲେ । ପରୀକ୍ଷାରୁ କରୋନା ପଜିଟିଭ ଜଣାପଡ଼ିବା ପରେ ସେମାବାର ଏସବିଆଇ ସ୍ଥାନୀୟ ଶାଖାକୁ ବିଶୋଧନ କରାଯାଇଛି । ତେବେ କାର୍ଯ୍ୟରତ ଅନ୍ୟ ସମସ୍ତ କର୍ମଚାରୀଙ୍କ ନମୁନା ନେଗେଟିଭ ଥିବା ଜଣାପଡ଼ିଛି । ( ହିଞ୍ଜିଳି /ଶେଷଦେବ ସାହୁ)