No Result
View All Result
ବେଲପଡା (ଓଡ଼ିଶା ତାଜା ନ୍ୟୁଜ୍) :- ବେଲପଡା ବ୍ଲକ ଅନ୍ତର୍ଗତ ବିଛୁବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ ଠାରେ ମଙ୍ଗଲବାର ତିଥି ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଘନଶ୍ୟାମ ବେହେରାଙ୍କ ଅଧ୍ୟକ୍ଷତାରେ ବିଛୁବାହାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଗାଁର ଗୋଅନ୍ତିଆ ମନମୋହନ ମାଝୀ, ଭାଲୁମୁଣ୍ଡା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ମନବୋଧ କାଲସାଏ ଯୋଗ ଦେଇଥିଲେ ।
ଏଥିରେ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ପର୍ଯ୍ୟନ୍ତ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଭୋଜନ କରାଯାଇଥିଲା । ପିଲା ମାନେ ଖୁସି ରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଭୋଜନ କରିଥିଲେ ।ପରେ ଅତିଥି ମାନେ ଏହି କାର୍ଯ୍ୟକ୍ରମ ବିଷୟରେ ପିଲା ମାନଙ୍କ ସମ୍ମୁଖରେ ଆଲୋଚନା ମଧ୍ୟ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ଗୋଦାବରୀ ମାଝୀ, ମଧୁମିତା ବାବୁ, ଜ୍ୟୋର୍ତିମୟ ନାଗ, ପାହାନ୍ତ କୁମ୍ଭାର ସାମିଲ ଥିବା ବେଲେ ଏସଏମ୍ସି ସଦସ୍ୟ ଭୋଦେବ ମହାନନ୍ଦ, ସୁଧିର ବାଗ,ବିଶ୍ୱମ୍ବର ପୁଟେଲ, ତୁଲାରାମ ମାଝୀ, କ୍ଷୀର ପୁଟେଲ, କୈଲାସ ପୁଟେଲ, ରଞ୍ଜୁ ବାଗ, ମିତା ପୁଟେଲ ପ୍ରମୁଖ ସାମିଲ ରହି କାର୍ଯ୍ୟକ୍ରମ ବିଷୟରେ ଜାଣିପାରିଥିଲେ ।

No Result
View All Result