No Result
View All Result
ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ସାପ କାମୁଡ଼ାରେ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ପୁଣି ବିଷଧର ସାପ କାମୁଡ଼ାରେ ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଛି । ମୃତ ନାବାଳିକା ବାଲିଗୁଡ଼ା ରେଡ୍ କ୍ରସ୍ ଦୃଷ୍ଟିହୀନ ବିଦ୍ୟାଳୟ ନିକଟସ୍ଥ ସାହିର ଲିଙ୍ଗରାଜ ବିନ୍ଧାଣୀଙ୍କ ୧୪ ବର୍ଷୀୟ ଝିଅ ଗାୟତ୍ରୀ ବିନ୍ଧାଣି ହୋଇଥିବା ଜଣାପଡ଼ିଛି ।
ସୂଚନା ପ୍ରକାରେ ଗତ ରାତିରେ ସପରିବାର ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ବିଷଧର ସାପ ଲିଙ୍ଗରାଜଙ୍କ ଝିଅକୁ କାମୁଡ଼ିଥିବା ବେଳେ ପରିବାର ଲୋକେ ତୁରନ୍ତ ଝିଅକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।

No Result
View All Result