No Result
View All Result
ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରାଧ୍ୟାପକ ପଣ୍ଡା ସାହସପୁର କଲେଜର ଅଧ୍ୟକ୍ଷ ଥିଲେ ଓ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ବଦଳି ହୋଇ ଆଜି ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ ଯୋଗଦାନ କରିଛନ୍ତି । ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଶଶିଭୂଷଣ ମହାପାତ୍ରଙ୍କ ଠାରୁ ଦାୟିତ୍ୱ ନେଇଥିଲେ । ନୂତନ ଅଧ୍ୟକ୍ଷଙ୍କୁ ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଉତ୍ତରୀୟ ଓ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ,ଅଧ୍ୟାପକ ଆଶିଷ କୁମାର ପାଢୀ, ଅଧ୍ୟାପକ ଚିନ୍ମୟଚିତ୍ତରଞ୍ଜନ, କୁମୁନ୍ଦରଞ୍ଜନ ମହାରଣା, ସୁଜିତ୍ ସାହୁ, ମୁଖ୍ୟକିରାଣୀ ହରେକୃଷ୍ଣ ତ୍ରିପାଠୀ, ଅଧ୍ୟାପକ ଚିନ୍ମୟ କୁମାର ତ୍ରିପାଠୀ, ସୁବ୍ରତ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ଜଣାଇଥିଲେ । ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକ ଆଦର୍ଶ ମହାବିଦ୍ୟାଳୟ ଭାବେ ଗଢ଼ି ତୋଳିବା ପାଇଁ ପ୍ରଚେଷ୍ଟା କରିବେ ବୋଲି ପ୍ରାଧ୍ୟାପକ ପଣ୍ଡା କହିଥିଲେ ।

No Result
View All Result