No Result
View All Result
ନୟାଗଡ଼ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରିୟ ଭିଜିଲାନ୍ସ ମନିଟରିଙ୍ଗି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା l ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିର୍ଯ୍ୟାତନା ନିବାରଣ )1995 ନୀୟମ ବିଷୟରେ ସମୀକ୍ଷା କରାଗଲା l ନୟାଗଡ଼ ଜିଲ୍ଲାରେ ଯେପରି ନିର୍ଯାତନା ହ୍ରାସ କରାଯିବ ସେଲାଗି ଜନ ସଚେତନନତା ସହ. ବ୍ଲକ ଓ ପଞ୍ଚାୟତରେ ତଥା ପ୍ରମୁଖ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଯିବା ଲାଗି ପ୍ରସ୍ତାବ ରଖାଗଲା l
ନିର୍ଯାତନା ଲାଗି ଉସୁକାଉଥିବା ବ୍ୟକ୍ତି ଙ୍କ ବିରୋଧରେ ଦୃଢ କାର୍ଯାନୁଷାନ ଗ୍ରହଣ ଲାଗି ଦାବି କରାଗଲା l ଏହି ବୈଠକରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା , ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟନାୟକ, ଡେପୁଟି କଲେକ୍ଟର ତପସ୍ଵିନୀ ହାଁସଦା, ଜିଲ୍ଲା କୋଷାଧିକାରୀ ଲକ୍ଷ୍ମୀଧର ମୁର୍ମୁ, ତହସିଲଦାର ଓଡ଼ଗାଁ ମାନସ କୁମାର ଭୋଇ, ଡି ଏସ୍ ପି ପୋଲିସ ନୟାଗଡ ସହ କମିଟି ସଭ୍ୟ ଭିମସେନ ସେଠୀ,ବିଜୟ କୁମାର ସେଠୀ,ଗଙ୍ଗାଧର ବେହେରା, ପ୍ରଭାସିନି ନନ୍ଦ ଏବଂ ଅରୁଣ କୁମାର ମୋହାନ୍ତି ସଭ୍ୟ ଉପସ୍ଥିତ ଥିଲେ l ଏହି ସମୀକ୍ଷା ବୈଠକକୁ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତରଞ୍ଜନ ବେହେରା ପରିଚାଳନା କରି ଉପସ୍ଥିତ ସମସ୍ତ ଲୋକପ୍ରତିନିଧି, ସଭ୍ୟ ସଭ୍ୟା ଓ ଅଧିକାରୀ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l

No Result
View All Result