କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- ସମଗ୍ର କନ୍ଧମାଳ ଜିଲାର ବିଭିନ୍ନ ଟାଉନ ସମେତ ଗ୍ରାମାଞ୍ଚଳ ରେ ୫ ଶହ ଟଙ୍କିଆ ନକଲି ନୋଟ୍ ଏ ହାତରୁ ସେ ହାତକୁ ଘୂରି ବୁଲୁଥିବା ନେଇ ବ୍ୟବସାୟୀ ଏବଂ ଲୋକଙ୍କ ଭିତରେ ଭୟ ଦେଖାଯାଇଛି। ବିଶେଷକରି ମୂଲିଆ ଶ୍ରେଣୀ ଲୋକଟି ଯଦି ଏଭଳି ନକଲି ନୋଟ୍ ପାଇଯିବେ ତେବେ ତାଙ୍କର ଦୁଇ ଦିନର ରୋଜଗାର ମଧ୍ୟ ହରାଇ ବସିବେ ବୋଲି ଚର୍ଚ୍ଚା ହେଉଛି । ଏଇ କିଛିଦିନ ହେଲା ବ୍ୟବସାୟୀଙ୍କ ପାଖରେ ଜାଲ ପାଞ୍ଚଶହ ଟଙ୍କିଆ ନୋଟ ପହଁଚିଥିବା ବେଳେ ଉକ୍ତ ଜାଲ ନୋଟକୁ ଚିହ୍ନିବା ଏତେ ସହଜ ହେଉନି ଅସଲି ଭଳି ଅବିକଳ ଏହି ଜାଲ ନୋଟକୁ ଦେଖିଲେ କିଛି ଫରକ ଜଣାପଡ଼ୁନି। ବ୍ୟାଙ୍କରେ ନକଲି ନୋଟ ପ୍ରତି ସତର୍କ ନଜର ରଖି ଜାଲନୋଟକୁ ଚିହ୍ନଟ କରି ତା ଉପରେ ନାଲି ଗାର ଟଣା ଯାଉଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ଜାଲନୋଟକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ।















