No Result
View All Result
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ସରକାରଙ୍କ ପକ୍ଷରୁ ଅନ୍ଲାଇନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନେବା ନିର୍ଦ୍ଦେଶକୁ ନୟାଗଡ଼ ଜିଲ୍ଲା ମିଳିତ ଶିକ୍ଷକ ସଂଘ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । ଆଜି ଅପରାହ୍ନରେ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଭବନରେ ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ,ଆଲୋଷ୍ଟା, ଏକ୍ସ କ୍ୟାଡର ଶିକ୍ଷକ ସଂଘ ଆଦି ପକ୍ଷରୁ ଏକ ମିଳିତ ବୈଠକ ବରିଷ୍ଠ ଶିକ୍ଷକ ନେତା ମାଣିକେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସରୁ ରାଜ୍ୟରେ ସମସ୍ତ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଅନଲାଇନରେ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମାତ୍ର ଏ ବାବଦରେ ଉପଯୁକ୍ତ ଭିତ୍ତିଭୂମିର ବିକାଶ ସରକାର କରି ନାହାନ୍ତି । ଅନଲାଇନ୍ ଉପସ୍ଥାନ ପାଇଁ ଉପକରଣ, ୱାଇଫାଇ ସେବା, ଡାଟା ଏଣ୍ଟ୍ରି ଅପରେଟର ବିଦ୍ୟାଳୟ ଗୁଡିକୁ ଯୋଗାଇ ନଦେଇ କେବଳ ଅନଲାଇନ୍ ଉପସ୍ଥାନ ପାଇଁ ଚିଠି କରିଥିବାରୁ ଶିକ୍ଷକ ସଂଘ ଗୁଡ଼ିକ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଥିବା ବେଳେ ଅପରାହ୍ନରେ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କୁ ଭେଟି ଆଲୋଚନା କରିବା ସହିତ ପ୍ରଥମେ ଭିତ୍ତିଭୂମି ସଜାଡ଼ିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ନେତା ସର୍ବଶ୍ରୀ ଲଷ୍ମୀଧର ସାହୁ, ,ଶେଖ ଅବଦୁଲ ଖାଲିକ, ଭକ୍ତରଞ୍ଜନ ମିଶ୍ର,ବିଭୁପ୍ରସାଦ ସାହୁ,ବାମନ ବାରିକି,ପବିତ୍ର ସାମନ୍ତରାୟ, ବାଲୁରୀ ବାରିକ, ଲକ୍ଷ୍ମୀଧର ସାହୁ,ସୁରେଶ ଚନ୍ଦ୍ର ସେଠି, ମୃତ୍ୟଞ୍ଜୟ ଷଡ଼ଙ୍ଗୀ, ସୁରେଶ ଚନ୍ଦ୍ର ମହାପାତ୍ର,ଅଶୋକ ପଣ୍ଡା, ସତ୍ୟନାରାୟଣ ସାହୁ,ସୁଧୀର ପ୍ରଧାନ, ଉମେଶ ସ୍ୱାଇଁ, ଗତିକୃଷ୍ଣ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିବା ସହିତ ଶିକ୍ଷକ ନେତା ମାଣିକେଶ୍ବର ସ୍ୱାଇଁଙ୍କ ନେତୃତ୍ୱରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଭେଟିଥିଲେ ।

No Result
View All Result