ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲାର ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଆଉ ଗୋଟିଏ ପାଦ ଆଗକୁ ବଢ଼ିଛନ୍ତି। ଏଥିପାଇଁ ନୂତନ ଯୋଜନାକୁ ସଫଳ କରିବା ପାଇଁ ସର୍ଭେ କାର୍ଯ୍ୟ କରାଉଛନ୍ତି। ବିଶେଷକରି କନ୍ଧମାଳ ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରହିଥିବା ବେଳେ ପର୍ଯ୍ୟଟକମାନେ ଆଦିବାସୀଙ୍କ ଚଳଣି ପାରମ୍ପରିକ ଖାଦ୍ୟ, ନାଚ, ବାଦ୍ୟଯନ୍ତ୍ର, ପୂଜା ପାର୍ବଣ, ଧରଣୀ ପେନୁଙ୍କ ପୂଜା ପଦ୍ଧତି, ଅଳଙ୍କାର ଧାରଣ, ପାରମ୍ପରିକ ଚାଷ, ସେମାନଙ୍କ ଅତୀତ ବିଷୟରେ ଜାଣିବାକୁ ସମସ୍ତଙ୍କ ଆଗ୍ରହ ରହିଛି ତେଣୁ ଏହି ସବୁ ଜାଣିବା ଓ ଗାଁ ଗାଁରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ରୋଜଗାର ବୃଦ୍ଧି ସହ ସ୍ବାବଲମ୍ବୀ କରାଯିବା ପାଇଁ ସରକାର ଯୋଜନା କରୁଛନ୍ତି ।















