ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଫ୍ରେଣ୍ଡସ ଗ୍ରୁପ ର ନବମ ବାର୍ଷିକ ଗଣେଷ ପୂଜା ପ୍ରସ୍ତୁତି ବୈଠକ ସଭାଗୃହ ନିକଟରେ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ର ଗଣେଷ ପୂଜା ଅଗଷ୍ଟ ମାସ ୨୭ ତାରିଖ ରେ ଆୟୋଜନ ହେବ, ଏହାକୁ ଦୃଷ୍ଟି ରେ ରଖି ଗ୍ରୁପ ପକ୍ଷରୁ ପୂର୍ବ ବର୍ଷ ମାନଙ୍କ ଠାରୁ ଚଳିତ ବର୍ଷର ଗଣେଷ ପୂଜା କୁ ଆହୁରି ସରସ ସୁନ୍ଦର କରି ଆୟୋଜନ କରାଯିବା ପାଇଁ ଆଲୋଚନା କରାଯାଇଥିଲା l
















