ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ବ୍ୟାପକ ପ୍ରବର୍ତ୍ତନ ଏବଂ ଯାତ୍ରୀ ସଚେତନତା ଉଲ୍ଲେଖନୀୟ ଫଳାଫଳ ଆଣିଛି ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ-ଜୁନ୍) ସମୟରେ ଟିକେଟ ଯାଞ୍ଚ ରାଜସ୍ୱରେ ଏକ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି । ଏହି ଅଭିବୃଦ୍ଧି ଭଡ଼ା ପାଳନ ସୁନିଶ୍ଚିତ କରିବା ଏବଂ ବୈଧ ଟିକେଟ ସହିତ ଯାତ୍ରା କରିବାର ଗୁରୁତ୍ୱ ବିଷୟରେ ଜନ ସଚେତନତା ବୃଦ୍ଧି କରିବାରେ ରେଳ ମଣ୍ଡଳର ବର୍ଦ୍ଧିତ ପ୍ରୟାସକୁ ପ୍ରତିଫଳିତ କରୁଛି।

୨୦୨୪-୨୫ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍ ମଧ୍ୟରେ ୧.୭୬ ଲକ୍ଷ ଯାତ୍ରୀଙ୍କ ଠାରୁ ଉପଯୁକ୍ତ କିମ୍ବା ବୈଧ ଟିକେଟ ନଥିବା ବାବଦରେ ପ୍ରାୟ ୮.୭୮ କୋଟି ଆଦାୟ କରାଯାଇଥିଲା ବେଳେ ୨୦୨୫-୨୬ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଉପଯୁକ୍ତ କିମ୍ବା ବୈଧ ଟିକେଟ ବିନା ଯାତ୍ରା କରୁଥିବା ମୋଟ ୧.୯୨ ଲକ୍ଷ ଯାତ୍ରୀଙ୍କ ଠାରୁ ଟିକେଟ ଯାଞ୍ଚ ସମୟରେ ଅନିୟମିତତା ବାବଦରେ ପ୍ରାୟ ୧୦.୭୬ କୋଟି ଜରିମାନା ଏବଂ ଶୁଳ୍କ ଆଦାୟ କରାଯାଇଛି।

ଏହା ଗତ ବର୍ଷର ସମାନ ସମୟ ତୁଳନାରେ ଦଣ୍ଡିତ ଯାତ୍ରୀଙ୍କ ସଂଖ୍ୟା ପ୍ରାୟ ୧୦% ଏବଂ ରାଜସ୍ୱ ଆଦାୟ କ୍ଷେତ୍ରରେ ୨୨% ବୃଦ୍ଧିକୁ ପ୍ରତିଫଳିତ କରୁଅଛି। ସଚେତନତା ଏବଂ ବ୍ୟାପକ ଟିକେଟ ଯାଞ୍ଚ ଅଭିଯାନ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପରିସୀମା ମଧ୍ୟରେ ବ୍ୟାପକ ଟିକେଟ ଯାଞ୍ଚ କାର୍ଯ୍ୟ ସହ ଯାତ୍ରୀ ସଚେତନତା ଅଭିଯାନ ଆରମ୍ଭ ହେବା ଫଳରେ ଅନୁପାଳନ ଏବଂ ରାଜସ୍ୱ ବୃଦ୍ଧି ପାଇଛି।ନିୟମିତ ଘୋଷଣା, ସାମାଜିକ ଗଣମାଧ୍ୟମ ଏବଂ ଷ୍ଟେସନ ସ୍ତରୀୟ ଅଭିଯାନ ମାଧ୍ୟମରେ ଯାତ୍ରୀମାନଙ୍କୁ ବୈଧ ଟିକେଟ ସହିତ ଯାତ୍ରା କରିବାର ଗୁରୁତ୍ୱ ଏବଂ ଉଲ୍ଲଂଘନ ପାଇଁ ଦଣ୍ଡ ବିଷୟରେ ସଚେତନତା କରାଯାଇଥିଲା।















