ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ସୋମବାର) ନୟାଗଡ଼ :- ନୟାଗଡ଼ ର ବିଧାୟକ ତଥା ରାଜ୍ୟ କୃଷି , ଉଚ୍ଚ ଶିକ୍ଷା ମନ୍ତ୍ରୀ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଡ଼ଃ ଅରୁଣ ସାହୁ କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ବେଳେ ନୟାଗଡ଼ ମଞ୍ଚ ନାଟକ କଳାକାର ,ନିର୍ଦେଶକ ଓ କଳାକାର ମାନେ ଏକତ୍ରିତ ହୋଇ ମନ୍ତ୍ରୀ ଙ୍କ ସୁସ୍ଥତା କାମନା କରି ପ୍ରାର୍ଥନା କରିବା ସହିତ ମା ଦକ୍ଷୀଣକାଳୀ ଙ୍କ ନିକଟରେ ଆସୁ ଆରୋଗ୍ୟ କାମନା କରିଛନ୍ତି ।
ନାଟ୍ୟକାର ମଞ୍ଚର ଏହି ପ୍ରାର୍ଥନା କାର୍ଯ୍ୟକ୍ରମ କୁ ସଭାପତି କାମିନୀ କାନ୍ତ ମିଶ୍ର ଓ ସମ୍ପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ପରିଚାଳନା କରିଥିଲେ । ଏଥିରେ ସମସ୍ତ ନାଟ୍ୟ କଳାକାର ପ୍ରମୁଖ ଯୋଗ ଦେଇଥିଲେ । (ରିପୋର୍ଟ-ରାମକୃଷ୍ଣ ରଥ )