No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶନିବାର ସକାଳୁ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ବୟାବର ଗାଁ ରେ ଜଣେ ନାବାଳିକା କୁ କିରୋସିନି ଢାଳି ପୋଡିମାରି ଦେବାପାଇଁ ଉଦ୍ୟମ ହୋଇଥିଲା | ତିନିଜଣ ଦୁର୍ବୃତ୍ତ ମଟର ସାଇକେଲ ରେ ଆସି ବାଟରେ ଯାଉଥିବା ନାବାଳିକା କୁ ଅଟକାଇ ପାଟି ବନ୍ଦ କରି ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଇଥିଲେ | ନାବାଳିକା ଜଳି ଜଳି ରକ୍ଷାକର ରକ୍ଷାକର କହି ଦୌଡ଼ି ଥିଲା |ସ୍ଥାନୀୟ ଲୋକ ଉଦ୍ଧାର କରି ବଳଙ୍ଗା ମେଡିକାଲ ନେଇଥିଲେ | ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମ୍ସ କୁ ନିଆଯାଇଛି | ରାଜ୍ୟ ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ l

ଏହି ଘଟଣା ନିମାପଡା, ବଳଙ୍ଗା ଓ ପୁରୀ ଜିଲ୍ଲା ରେ ଚଞ୍ଚଲ୍ୟ ସୃଷ୍ଟି କରିଛି | ସ୍ପଷ୍ଟ ଦିବାଲୋକ ରେ ଏଭଳି ଘଟଣା ଘଟିଛି |ସକାଳ ସାଢେ ଆଠଟା ବେଳେ ସାଙ୍ଗ ଘରକୁ ବହି ଆଣିବା ପାଇଁ ଯାଇଥିଲା | ନବାଳିକା ଟି ପ୍ଲସ ଟୂ ପଢ଼ୁଥିବା ବେଳେ ବୟସ ପ୍ରାୟ ୧୬.ଜଣାପଡିଛି| ନାବାଳିକା ର ମୁହଁ, ଗୋଡ, ହାତ, ବେକ ରେ ନିଆଁ ପ୍ରଭାବ ରେ କ୍ଷେତ ସୃଷ୍ଟି ହୋଇଛି | ଘଟଣାସ୍ଥଳ ରେ ବଳଙ୍ଗା ଥାନା ଅଧିକାରୀ ଓ ତାଙ୍କ ଟିମ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି | ଏକତରଫା ପ୍ରେମ ଘଟଣା କୁ ନେଇ ଏହା ଘଟିଥାଇପାରେ ବୋଲି ଅଂଚଳରେ ଆଲୋଚିତ ହେଊଛି l
ବାଲେଶ୍ୱର ଏଫ ଏମ କଲେଜ ଘଟଣା ପରେ ଏହା ଏକ ଲୋମହର୍ଷଣକାରି ଘଟଣା ବୋଲି କୁହାଯାଉଛି | ପୋଲିସ ପ୍ରତି ଏହା ଏକ ଖୋଲା ଚ୍ୟାଲେଞ୍ଜ ବୋଲି ଆଲୋଚନା ହେଊଛି | ସେହି ଗ୍ରାମର ଦୁଖିଶ୍ୟାମ ସେନାପତି ଜଳୁଥିବା ଅବସ୍ଥାରେ ଝିଅକୁ ଉଦ୍ଧାର କରି ପ୍ରଥମେ ନିଜ ଘରକୁ ନେଇଯାଇଥିଲେ । ପରେ ପୋଲିସକୁ ଖବର ଦେବାରେ ପୋଲିସ ପହ୍ନଚି ଝିଅଟିକୁ ପ୍ରଥମେ ପିପିଲି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇ ପରେ ଭୂବନେଶ୍ବର ଏମସ୍ ସ୍ଥାନାନ୍ତର କରାଯାଇଥିଲା ଏ ସମ୍ପର୍କରେ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ଏହି ଘଟଣା ମୋତେ ବେଥିତ ଓ ମର୍ମାହତ କରିଛି | ଦୋଷୀ କୁ ତୁରନ୍ତ ଧରାଯିବ | ନାବାଳିକା ର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ l

ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି ଘଟଣାଟି ମୋତେ ଦୁଃଖ ଦେଇଛି |ଏହାକୁ ଗୁରୁତର ସହ ବିଚାର କରାଯାଉଛି |. ଉତ୍ତମ ଚିକିତ୍ସା ପାଇଁ ଏମ୍ସ କର୍ତ୍ତୃପକ୍ଷ ଙ୍କ ଆଲୋଚନା କରାଯାଇଛି | ନାବାଳିକା ଙ୍କ ଘରକୁ ପ୍ରଶାସନିକ ଅଧିକାରୀ ଯାଇଛନ୍ତି | ନ୍ୟାୟ ପାଇଁ ଆଇନଗତ ସହାୟତା ଦିଆଯିବ | ପୁରୀ ଏସପି ପିନାକ ମିଶ୍ର ଘଟଣା ସ୍ଥଳ ଅନୁଧ୍ୟାନ କରି କହିଛନ୍ତି ଦୋଷୀ ଙ୍କୁ ଖୁବ ଶୀଘ୍ର ଧରାଯିବ | ତଦନ୍ତ, ଛନଭିନ ଜାରି ରହିଛି | ଏଥିପାଇଁ ଦୁଇଟି ସ୍ପେଶାଲ ଟିମ ଗଠନ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି |ଏହା ଏକ ସମ୍ବେଦନଶୀଳ ଓ ସ୍ପର୍ଶକତାର ଘଟଣା | ଫରେନସିକ ଦଳ ଅନୁସନ୍ଧାନ କରୁଛି l
ଘଟଣାସ୍ଥଳ ରେ କେନ୍ଦ୍ରାଞ୍ଚଳ ଆଇ. ଜି. ପ୍ରବୀଣ କୁମାର ପହଞ୍ଚି ଅନୁସନ୍ଧାନ କରିଛନ୍ତି | ଘଟଣାସ୍ଥଳ ରୁ ଦୁଇଟି କିରୋସିନି ବୋତଲ, ଚୁଡ଼ି, ତାବିଜ, କପଡା, ରୁପା ଚୁଡ଼ି, ଚକୋଲେଟ ଓ ଦିଆସିଲି ଜବତ କରାଯାଇଛି | ଘଟଣା ସ୍ଥଳ ରେ ବରିଷ୍ଠ ପୋଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶି ଅନୁସନ୍ଧାନ କରୁଛନ୍ତି | ପୀଡିତା ର ମାଆ ମଧ୍ୟ ବଳଙ୍ଗା ଥାନାରେ ଝିଅ କୁ ମାରିଦେବା ପାଇଁ ଉଦ୍ୟମ ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି | ଘଟଣା ପଛର ପ୍ରକୃତ କାରଣ ପୋଲିସ ଖୋଜୁଛି | ଏହା ପ୍ରେମଜନିତ, ତାନ୍ତ୍ରିକ ଗୁଣି, ଘରୋଇ କଳାହଜନିତ କି ଅନ୍ୟ କିଛି ସେ ସମ୍ପର୍କରେ ପୋଲିସ ଟିକିନିଖି ତଦନ୍ତ କରୁଛି |
ଅଶୁଭ ଶନିବାର, ଶନିଦଶା ରେ ପଡିଛନ୍ତି କି ସରକାର l ଏହି ଶନିବାରରେ ବାଲେଶ୍ୱର ଫକିର ମୋହନ କଲେଜ ର ଛାତ୍ରୀ ସୋମ୍ୟାଶ୍ରୀ ବିଶି ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ | ବାଲେଶ୍ୱର ରୁ ବଳଙ୍ଗା ପୁଣି ସେଇ ଶନିବାରେ ଛାତ୍ରୀ ପୋଡିବା ଘଟଣା ଘଟିଛି | ସେଠି କଲେଜ ରେ ଘଟିଥିବା ବେଳେ ଏଠି ରାସ୍ତା ଓ ନଦୀପଠା ରେ ୩ ଦୁର୍ବୁତ୍ତ ପୋଡ଼ିବାକୁ ଉଦ୍ୟମ କରିଥିଲେ | ସୋମ୍ୟାଶ୍ରୀ ନବେ ପ୍ରତିଶତ ପୋଡ଼ିଥିବା ବେଳେ ଏଠି ସତୁରି ପ୍ରତିଶତ ପୋଡିଛି | ପୂର୍ବ ସରକାର ରେ ମୁଖିଆ ଙ୍କୁ ଶନିବାରେ ଶୁଭ ଥିବାବେଳେ ଏବେ ଶନିବାରେ ଏ ସରକାର କୁ ଶନିଦଶା ପଡ଼ିଛି ବୋଲି ଆଲୋଚନା ହେଊଛି |
ପୀଡିତା ମାଜିଷ୍ଟ୍ରେଟ ଙ୍କ ଆଗରେ ବୟାନ ଦେଇଛନ୍ତି ଯେ ସେ ସାଙ୍ଗ ଘରକୁ ଯାଉଥିଲେ |୩ ଜଣ ଯୁବକ ତାଙ୍କୁ ଅପହରଣ କରି ନେଇ ନଦୀ ବନ୍ଧ ପାଖରେ ପୋଡି ମାରିଦେବା ପାଇଁ ଉଦ୍ୟମ କରିଥିଲେ | ଏହି ଘଟଣା କୁ ରାଜ୍ୟ ସରକାର ଗୁରୁତର ସହ ବିଚାର କରୁଛନ୍ତି | ତଦନ୍ତ ଚାଲୁ ରହିଛି | ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯିବ | ସେମାନଙ୍କୁ ଧରିବା ପାଇଁ ଦୁଇଟି ପୋଲିସ ଟିମ କରାଯାଇଛି | ପୁରୀ ଜିଲ୍ଲାପାଳ, ଏସପି, ବଳଙ୍ଗା ଥାନା, ନିମାପଡା ଏସ ଡି ପି ଓ ଦେବାଶିଷ ମିଶ୍ର ଏଥିପ୍ରତି ତୀକ୍ଷଣ ନଜର ରଖିଛନ୍ତି |

No Result
View All Result