ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ୱର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନର ୨୫ତମ ପ୍ରତିଷ୍ଠା ଦିବସ ଉତ୍ସବ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଶିବ ପ୍ରସାଦ ଶତପଥୀଙ୍କ ସଭାପତିତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବରେ ଭାପୁର ସରପଞ୍ଚ ଲିଲିପ୍ରୀୟା ସାହୁ ମୁଖ୍ୟ ଅତିଥି, ଏବଂ ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୈଳବାଳା ମେକାପ,

ସମାଜସେବୀ ମାଗୁଣି ଚରଣ ସେଠୀ, ନାଏବ ସରପଞ୍ଚ ଝୁନାରାଣୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି ମା ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ସର୍ବପ୍ରଥମେ ଆତ୍ମାହୁତି ଦେଇ ପ୍ରାଣ ହରାଇଥିବା ଏଫମେ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଅମରାତ୍ମାର ସଦଗତି କାମନା କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ଅତିଥିମାନେ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଓ ଗୁଣାତ୍ମକ ଶିକ୍ଷା ଉପରେ ସେମାନଙ୍କ ବକ୍ତବ୍ୟ ରଖିବା ସହ ଏହି ବିଦ୍ୟାଳୟର କୃତ୍ତୀତ୍ୟୁ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଚରୁ ଉଚ୍ଚତର ଶିକ୍ଷା ଲାଭ କରିବା ସହ ପିତା ମାତାଙ୍କର ସେବା କରିବା ଏବଂ ଉପଦେଶ ମାନିବାକୁ ଆବାହନ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଅନେକ କୃତୀ ଛାତ୍ରଛାତ୍ରୀ ଓ ଏହି ବ୍ଲକ ଅଞ୍ଚଳର ଅନେକ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସେମାନଙ୍କ ତ୍ୟାଗପୂତ ସେବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ଓ ଉପଢ଼ୌକନ ଦ୍ଵାରା ସମ୍ମାନୀତ କରାଯାଇଥିଲା ।

ଆଇନଜୀବୀ ଅବଦୁଲ୍ ବାରି ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମ୍ପାଦକ ଶ୍ରୀ ସୁରେନ୍ଦ୍ରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସଭାପତିଙ୍କ ଦ୍ବାରା ସଭା ସାଙ୍ଗ ପରେ ଅତିଥି ଓ ଛାତ୍ରଛାତ୍ରୀଙ୍କୁ ପ୍ରସାଦ ସେବନ ଦ୍ଵାରା ଆପ୍ୟାୟିତ କରାଯାଇଥିଲା । ଏହି ପ୍ରତିଷ୍ଠା ଦିବସ ଉତ୍ସବର ପରିଚାଳନାରେ ବିଦ୍ୟାଳୟ ପରିଚାଳନା କମିଟି ସମସ୍ତ ସଭ୍ୟ ସଭ୍ୟାଙ୍କ ସମେତ ଶିକ୍ଷକ , ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।