ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବୁଧବାରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି l ପିତୃମାତୃହୀନ ଓ ଏକକ ଅଭିଭାବକ ଥିବା ଶିଶୁଙ୍କ ପରିବାର ସର୍ବେକ୍ଷଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡଃ ଅଜିତ କୁମାର ମହାପାତ୍ର, ପ୍ରୋଟେକ୍ସନ ଅଫିସର ଚନ୍ଦ୍ରପ୍ରଭା ଦେଇ ପ୍ରମୁଖ ଯୋଗ ଦେଇଥିଲେ l ଏହି ଶିଶୁ ମାନଙ୍କର ସର୍ବୋତ୍ତମ ସ୍ୱାର୍ଥ ଓ ଅଧିକାର ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହେବା ସହିତ ଏହି ସର୍ବେକ୍ଷଣରେ ପ୍ରତ୍ୟେକ ଯୋଗ୍ୟ ଶିଶଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଅତିଥିମାନେ ପରାମର୍ଶ ଦେଇଥିଲେ ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ଓ ତଥ୍ୟ ସମୀକ୍ଷକ ଅକ୍ଷୟ କୁମାର ଚୌଧୁରୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରରେ ସମସ୍ତ ବ୍ଲକ ଓ ମ୍ୟୁନିସିପାଲିଟି ର ଶିଶୁ ପ୍ରକଳ୍ପ ଅଧିକାରୀ, ଆଇ ସି ଡ଼ି ଏସ ସୁପରଭାଇଜର ଯୋଗ ଦେଇଥିଲେ।
















