• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

Proprietor Abhimanyu Maharana by Proprietor Abhimanyu Maharana
July 12, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
AIIMS Bhubaneswar to hold its 5th Convocation on 14th July 2025
Share on FacebookShare on TwitterWhatsapp

– ୩୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୫୯ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ

– ୬୪୩ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ

– ୧୪ ଜୁଲାଇ(ସୋମବାର) ଦିନ ଅନୁଷ୍ଠିତ ହେବ ଏମ୍ସ ଭୁବନେଶ୍ବର ୫ମ ସମାବର୍ତ୍ତନ ସମାରୋହ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍)  :- ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତ୍ତନ ସମାରୋହ ଉତ୍ସବରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଚଳିତ ମାସ ୧୪ ତାରିଖ, ସୋମବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ସ୍ମରଣୀୟ ଉତ୍ସବରେ ମହାମାନ୍ୟ ରାଷ୍ଟ୍ରପତି ମହୋଦୟାଙ୍କ ଉପସ୍ଥିତି ଛାତ୍ରଛାତ୍ରୀ, ଅଭିଭାବକ ତଥା ସମସ୍ତ ଏମ୍ସ ପରିବାରକୁ ଅନୁପ୍ରେରିତ କରିବା ନେଇ ମତରଖିଛନ୍ତି ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ।ଶିକ୍ଷାଗତ ଉତ୍କର୍ଷତା, ସମର୍ପଣ ଏବଂ ଦେଶ ପ୍ରତି ସେବା ମନୋଭାବକୁ ପ୍ରତିପାଦିତ କରୁଥିବା ଏହି ସମାବର୍ତ୍ତନ ଉତ୍ସବକୁ, ଏମ୍ସ ଭୁବନେଶ୍ବର ପକ୍ଷରୁ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କୁ ସହୃଦୟତାର ସହିତ ସ୍ବାଗତ କରିଛନ୍ତି ଡ. ବିଶ୍ବାସ । ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହିତ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ହରି ବାବୁ କମ୍ଭମ୍ପାଟି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ମାନ୍ୟବର ସାଂସଦ (ଲୋକସଭା), ଭୁବନେଶ୍ୱର ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଯୋଗଦେବେ ବୋଲି ଡ. ବିଶ୍ୱାସ ସୂଚନା ଦେଇଛନ୍ତି।

ଚଳିତ ବର୍ଷ, ମୋଟ ୬୪୩ ଜଣ ସ୍ୱାସ୍ଥ୍ୟସେବା ବୃତ୍ତିଗତଧାରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଏହି ସୂଚୀରେ, ୧୯୬ ଜଣ ଡାକ୍ତରୀ ଛାତ୍ରଛାତ୍ରୀ, ୧୫୮ ଜଣ ବିଶେଷଜ୍ଞ(ପିଜି) ଡାକ୍ତର, ୪୯ ଜଣ ସୁପର ସ୍ପେଷିଆଲିଟି(ଡିଏମ୍/ଏମ୍ସିଏଚ୍), ୨୧ ଜଣ ପୋଷ୍ଟ-ଡକ୍ଟରାଲ୍ ଫେଲୋ (ପିଡିଏଫ୍), ୧୧୬ ଜଣ ବିଏସ୍ସି ନର୍ସିଂ, ୬୨ଜଣ ବିଏସ୍ସି ପାରାମେଡିକାଲ୍, ୪୧ ଜଣ ଏମ୍ଏସସି ନର୍ସିଂ, ଛାତ୍ରଛାତ୍ରୀ ଅନ୍ତର୍ଭୁକ୍ତ। ଅସାଧାରଣ ଶିକ୍ଷାଗତ ପ୍ରଦର୍ଶନର ସ୍ୱୀକୃତି ସ୍ୱରୂପ, ୧୭ ଜଣ ଡାକ୍ତରୀ ଛାତ୍ରଛାତ୍ରୀ, ଜଣେ ଏମ୍ଡି/ଏମ୍ଏସ, ଜଣେ ଡିଏମ୍/ଏମ୍ସିଏଚ୍, ୩ ଜଣ ବିଏସ୍ସି ନର୍ସିଂ, ୭ ଜଣ ବିଏସ୍ସି ପାରାମେଡିକାଲ୍, ଦୁଇ ଜଣ ଏମ୍ଏସସି ନର୍ସିଂ ଛାତ୍ରଛାତ୍ରୀଙ୍କ ସମେତ ୩୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୫୯ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ।

ଏହି ଅବସରରେ ଡ. ପି.ଆର୍. ମହାପାତ୍ର (ଡିନ୍), ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ୍ ସରକାର (ଡିଡିଏ), ଡ. ସୁଦୀପ୍ତ ରଞ୍ଜନ ସିଂହ (କୁଳସଚିବ), ଡ. ଦିଲ୍ଲୀପ କୁମାର ପରିଡ଼ା (ମେଡିକାଲ୍ ଅଧୀକ୍ଷକ), ଏବଂ ଡ. ବିକାଶ ଭାଟିଆଙ୍କ ସମେତ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ । ୨୦୦୩ ମସିହାରେ ମହାନ ଦୂରଦୃଷ୍ଟିସମ୍ପନ୍ନ ଜନନେତା ଭାରତରତ୍ନ ସ୍ୱର୍ଗତ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ପ୍ରତିଷ୍ଠିତ, ଏମ୍ସ ଭୁବନେଶ୍ୱର ଆଜି ମେଡିକାଲ୍ ଶିକ୍ଷା, ଗବେଷଣା ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ହାସଲ କରିଛି । ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଗୁଡ଼ିକରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ବିଶ୍ୱାସର ପ୍ରତୀକ ପାଲଟିଛି।
ଉତ୍କର୍ଷତା ପ୍ରତି ଏମ୍ସ ଭୁବନେଶ୍ୱରର ପ୍ରତିବଦ୍ଧତା ଏହାର ମାନ୍ୟତା ସ୍ପଷ୍ଟ କରିଥାଏ।

ଖ୍ୟାତନାମା ଇଣ୍ଡିଆ ଟୁଡେ-ଏମଡିଆରଏ ସର୍ଭେ ୨୦୨୫ରେ ଏହି ଜାତୀୟ ପ୍ରତିଷ୍ଠାନ ଶ୍ରେଷ୍ଠ ମେଡିକାଲ କଲେଜ ମଧ୍ୟରେ ୧୨ ତମ ଏବଂ ଉଦୀୟମାନ ମେଡିକାଲ କଲେଜ ମଧ୍ୟରେ ଦେଶରେ ୨ୟ ସ୍ଥାନ ହାସଲ କରିଛି। ଏମ୍ସ ନୂଆଦିଲ୍ଲୀ ପରେ ଦେଶବ୍ୟାପୀ ନିଟ୍ ଯୋଗ୍ୟ ପ୍ରାର୍ଥୀଙ୍କ ଦ୍ୱିତୀୟ ପସନ୍ଦ ପାଲଟିଛି। ପ୍ରତିଷ୍ଠିତ ଏନ୍ଆଇଆରଏଫ୍ ୨୦୨୪ ରେ ୧୫ ତମ ସ୍ଥାନରେ ରହି ସଫଳତା ହାସଲ କରିଛି। ୨୦୨୧ରେ ଏହି କ୍ରମରେ ଏମ୍ସ ୩୧ତମ ସ୍ଥାନରୁ ସଫତଳାର ସହିତ ଉଚ୍ଚସ୍ଥାନକୁ ଉଠି ଚାଲିଛି। ଏମ୍ସ ଭୁବନେଶ୍ୱର ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଏହାର କ୍ୟାମ୍ପସକୁ ସହୃଦୟତାର ସହିତ ସ୍ୱାଗତ କରୁଛି।

ରାଷ୍ଟ୍ରପତି ମହୋଦୟାଙ୍କ ଏହି ଗସ୍ତ ପ୍ରତ୍ୟେକ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ଏହି ପବିତ୍ର ମାଟିର ଜଣେ ଆଦର୍ଶ ଝିଅ, ସାମାଜିକ ନେତୃତ୍ୱର ଏକ ଆଲୋକବର୍ତ୍ତିକା ଭାବରେ, ତାଙ୍କର ଯାତ୍ରା ସେହି ମୂଲ୍ୟଗୁଡ଼ିକୁ ପ୍ରତିଫଳିତ କରେ ଯେଉଁ ମୂଲ୍ୟବୋଧ ଏମ୍ସ ଭୁବନେଶ୍ୱର ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଥିବା, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ ପ୍ରକାଶ କରିଛନ୍ତି। କୃତଜ୍ଞତା ଏବଂ ସମ୍ମାନର ସହିତ, ଆମେ ଏହି ଐତିହାସିକ ସମାବର୍ତ୍ତନ ସମାରୋହ ପାଳନ କ୍ଷଣକୁ ଅପେକ୍ଷା କରୁଛୁ, ଯାହା ଏକ ସମ୍ମାନ, ଆନନ୍ଦ ଏବଂ ନୂତନ ଆରମ୍ଭର ଦିନ ବୋଲି ଡ. ବିଶ୍ୱାସ ମତବ୍ୟକ୍ତ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version