ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- କେନ୍ଦ୍ର ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ତରଫରୁ ଆମ୍ବେଦକର କଲେଜ ଖଜୁରୀପଡ଼ା ଠାରେ ବିଶ୍ଵ ଜନସଂଖ୍ୟା ଦିବସ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ ଆମ୍ବେଦକର କଲେଜ ର ଅଧକ୍ଷ ଡ ପ୍ରଶାନ୍ତ କୁମାର କର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ପ୍ରମୋଦ କୁମାର ନାୟକ, ବାସୁଦେବ ସାହୁ, ରଶ୍ମୀ ରଂଜନ ଲେଙ୍କା, ରାମ କୃଷ୍ ପଣ୍ଡା,

ମୁଖ୍ୟ ବକ୍ତା ଭାବରେ ଖଜୁରୀପଡ଼ା ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷାବିତ୍ ପଙ୍କଜ ପ୍ରଧାନ ଏବଂ ମାଇ ଭାରତ ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳବେହେରା , ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l ଏହି ଦିବସ ରେ ଦେଶର ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଆଲଚନା କରାଯାଇଥିଲା l ଯୁବ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ରଚନା ଓ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଏଥିରେ , ସ୍ନେହଲତା ମହାନ୍ତି ପ୍ରଭାସିନୀ ସାହୁ , ଶୁଭଶ୍ରୀ ପଣ୍ଡା, ଜ୍ୟୋତିର୍ମୟୀ ଗଣ୍ଡା ପ୍ରମୁଖ ବିଜୟୀ ହୋଇ ଥିଲେ l















