No Result
View All Result
ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ଟିବି ମୁକ୍ତ ଭାରତ ଅଭିଯାନରେ ଜନ ଭାଗୀଦାରୀକୁ ସୁନିଶ୍ଚିତ କରିବା ପାଇଁ ଏକ ଦ୍ରୁତ ଅଭିନବ ତଥା ଲକ୍ଷ୍ୟନିର୍ଦ୍ଦିଷ୍ଟ ଅଭିଯାନ ମାଧ୍ୟମରେ ସମ୍ପ୍ରଦାୟର ଉତ୍ସାହ ଓ ସାଜାଗତାକୁ ଏକ ଶକ୍ତି ରୂପେ ବ୍ୟବହାର କରିବାକୁ ଉଦ୍ୟମ ଚାଲିଛି। ଏହି ଅଭିଯାନ ମାଧ୍ୟମରେ ଟିବିର ଲକ୍ଷଣ ବିଷୟରେ ଜ୍ଞାନ ଦିଆଯିବ ଏବଂ ଶୀଘ୍ର ସ୍କ୍ରିନିଂ ଓ ଚିକିତ୍ସାର ଆବଶ୍ୟକତା ସମ୍ପର୍କରେ ବୁଝାଯିବ, ଟିବି ସଂବନ୍ଧୀୟ ଭ୍ରାନ୍ତି ଓ ଭେଦଭାବକୁ ଦୂର କରିବାକୁ ଗୋଷ୍ଠୀକୁ ପ୍ରେରିତ କରି ଶୀଘ୍ର ଲକ୍ଷଣ ଜଣାଇବା ଓ ସ୍କ୍ରିନିଂରେ ଅଂଶଗ୍ରହଣ ବୃଦ୍ଧି କରିବା ଚେଷ୍ଟା ଜାରି ରହିବ ବୋଲି ନୟାଗଡ ବ୍ଲକ ବଡପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜ୍ଞାନ ଜ୍ୟୋତି ଦାସ ମତପ୍ରକାଶ କରିଥିଲେ । ତତସହିତ ଟିବି ପ୍ରତିରୋଧୀ ଚିକିତ୍ସା ଓ ସ୍ୱାସ୍ଥ୍ୟକର ଅଭ୍ୟାସ ବିଷୟରେ ଜନତାକୁ ଅବଗତ କରାଯିବ ।

ଯେଉଁମାନେ ପୂର୍ବରୁ ଯକ୍ଷ୍ମା ରେ ଆକ୍ରାନ୍ତ ଥିଲେ, ଯକ୍ଷ୍ମା ରୋଗୀଙ୍କର ଘରୋଇ ସମ୍ପର୍କୀୟ ବ୍ୟକ୍ତି, ଡାଇବେଟିସ୍ ରୋଗୀ, HIV ସଂକ୍ରମିତ ବ୍ୟକ୍ତି, ଧୂମପାନ ଅଥବା ମଦ୍ୟପାନ କରୁଥିବା ବ୍ୟକ୍ତି, ଜରାଜୀର୍ଣ୍ଣ ବ୍ୟକ୍ତି, ଷାଠିଏ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଟିବିରୋଗ ଶୀଘ୍ର ଧରି ପାରିବା ସମ୍ଭାବନା ରହିଛି । ତେଣୁ ଗୋଷ୍ଠୀ ସ୍ତରରେ ସ୍କ୍ରିନିଂ କରାଯାଇ ଲୁକ୍କାୟିତ ଥିବା ଟିବିରୋଗୀକୁ ଚିକିତ୍ସା ପରିସରଭୁକ୍ତ କରିବାକୁ ପ୍ରୟାସ ଜାରି ରହିବ । ଆବଶ୍ୟକ ସ୍ଥଳେ ଏକ୍ସ୍ରେ ଏବଂ ସ୍ପୁଟମ୍ NAAT ପରୀକ୍ଷା ଦ୍ୱାରା ନିଦାନ ନିଶ୍ଚିତ କରି ଚିକିତ୍ସାର ଆରମ୍ଭ ସୁନିଶ୍ଚିତ କରାଯାଇପାରିବ ।

ଚିକିତ୍ସାର ପୂର୍ଣ୍ଣାଙ୍ଗ ସମାପ୍ତି ବିଶ୍ୱାସଯୋଗ୍ୟ ଭାବେ ନିଶ୍ଚିତ କରିବା ପାଇଁ ସମୁଦାୟ ଭିତ୍ତିକ ସହଯୋଗ ଗଢି ତୋଳାବା ଉଦେଶ୍ୟରେ ସ୍ଥାନୀୟ ବଦାନ୍ୟ ବ୍ୟକ୍ତି, ନିର୍ବାଚିତ ଜନପ୍ରତିନିଧି ଅଥବା ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କର ସହଯୋଗରେ ପୁଷ୍ଟିକର ଖାଦ୍ୟ ପ୍ରଦାନ ପାଇଁ ଚେଷ୍ଟା କରାଯିବ । ସ୍ୱାସ୍ଥ୍ୟ ବିଭାଗର ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ପ୍ରଧାନ ,ବ୍ଲକ କାର୍ଯ୍ୟକ୍ରମ ପରିଚାଳିକା ନିବେଦିତା ପ୍ରଧାନ, ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ କୁମାର ଦଳବେହେରା,

ଭରତ ବେହେରା, ରାଧେଶ୍ୟାମ ପ୍ରଧାନ, ଗୁଣନିଧି ରାଉତ ପ୍ରମୁଖ ଦୈନିକ ଗ୍ରାମ ସର୍ବେକ୍ଷଣ, ପରୀକ୍ଷା ଓ ଚିକିତ୍ସା ସମନ୍ୱୟ ତଥା ରିପୋର୍ଟିଂ ଦ୍ୱାରା କାର୍ଯ୍ୟକ୍ରମର ଗୁଣନିୟନ୍ତ୍ରଣ ନିଶ୍ଚିତ କରାଇବେ । ସମଗ୍ର ଅଞ୍ଚଳରୁ ସମ୍ପୂର୍ଣ୍ଣ ଯକ୍ଷ୍ମାରୋଗକୁ ଦୂରେଇ ଦେବା ପାଇଁ ଆଗେଇଆସି ଟିବି ମୁକ୍ତ ଅଞ୍ଚଳ ଭାବରେ ଆଗକୁ ବଢିବାରେ ସାହାଯ୍ୟ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଉଛି ।

No Result
View All Result