ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କ ସାମଗ୍ରିକ ବିକାଶ ନ ହୋଇପାରିଲେ ଦିର୍ଘସ୍ଥାୟୀ ବିକାଶ ଲକ୍ଷ ପୂରଣ ନିମନ୍ତେ ସୁସ୍ଥ ପଂଚାୟତ ଗଠନ ସମ୍ଭବ ହେବ ନାହିଁ । ଏଣୁ ମାନସିକ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେବାର ଆବଶ୍ୟକତା ନିଶ୍ଚିତ ଭାବରେ ରହିଛି । ଏହି ପରିପ୍ରେକ୍ଷି ରେ ବେସିକ୍ ନିଡ୍ ଇଣ୍ଡିଆ, ବାଙ୍ଗାଲୋର ଓ ସ୍ୱେଚ୍ଚାସେବୀ ଅନୁଷ୍ଠାନ ସ୍ୱାତୀ ଙ୍କ ମିଳିତ ସହଯୋଗ ରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳଙ୍କ ସମ୍ମିଳନୀ କକ୍ଷରେ “ମାନସିକ ଅସୁସ୍ଥ ବ୍ୟକ୍ତି ଙ୍କ ସାମଗ୍ରିକ ବିକାଶ ରେ ଗୋଷ୍ଠିଗତ ପରିଚାଳନା ର ଗୁରୁତ୍ୱ” ଶିର୍ଷକ ଏକ ଜିଲ୍ଲା ସ୍ତରୀୟ ଦିନିକିଆ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମେ ଆନୁଷ୍ଠାନ ତରଫରୁ ଆଲୋକ ସାମନ୍ତରାୟ ପ୍ରକଳ୍ପର ପ୍ରଗତି ବିଷୟରେ ଏକ ପାଓାର ପଏନ୍ଟ ଉପସ୍ଥାପନା କରିବା ସହିତ କିଛି ସଫଳ କାହାଣୀ ମଧ୍ୟ ରଖିଥିଲେ । ବେସିକ ନିଡ୍ ଈଣ୍ଡିଆ, ବାଙ୍ଗାଲୋର ଙ୍କ ତରଫରୁ ଯୁଭମ୍ ଫର୍ଣ୍ଣାଡିସ୍ ଗୋଷ୍ଠିଗତ ମାନସିକ ସ୍ୱାସ୍ଥ୍ୟ ଓ ବିକାଶ କାର୍ଯ୍ୟକ୍ରମ ର ଲକ୍ଷ ଓ ଉଦେ୍ଦ୍ୟଶ୍ୟ ବିଷୟରେ କହିବା ସହ ସ୍ୱାତୀ ଅନୁଷ୍ଠାନ ସହିତ ଅନୁବନ୍ଧିତ ହୋଇ କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ରେ ପରିଚାଳିତ ହେବା କଥା କହିଥିଲେ । ଟିକାବାଲି ଓ କ.ନୂଆଗାଁ ବ୍ଲକ୍ ରେ କାର୍ଯ୍ୟକାରୀ ହେଉଥିବା ମାନସିକ ସ୍ୱାସ୍ଥ୍ୟ ପ୍ରକଳ୍ପ ବିଷୟରେ ସଂଯୋଜକ ଗିରିଶଚନ୍ଦ୍ର ସାମଲ ସମସ୍ତ ଙ୍କୁ ଅବଗତ କରାଇଥିଲେ ।
ଏହି ଆଲୋଚନା ଚକ୍ରରେ ବରିଷ୍ଠ ଆଇନ୍ଜିବି ବିଜୟକୃଷ୍ଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ର ସାମଗ୍ରିକ ବିକାଶ ନିମନ୍ତେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କର ସହଯୋଗ ର ଆବଶ୍ୟକତା ରହିଛି ବୋଲି କହିଥିଲେ । ତତ୍ ସହିତ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରି ସ୍ନେହଲତା ସାହୁ ଯୋଗଦେଇ ଜଣେ ମାନସିକ ଅସୁସ୍ଥ ମହିଳା ଗର୍ଭବତୀ ହେବାପରେ କିପରି ତାକୁ ଯତ୍ନ ନେଇ ଏକ ସୁସ୍ଥ ଶିଶୁ କୁ ଜନ୍ମ କରାଯାଇ ପାରିବ ସେ ପ୍ରତି ଦୃଷ୍ଟି ଦେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ଆଲୋଚନାରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ ମାଳତି ବେହେରା ଯୋଗଦେଇ ମାନସିକ ସ୍ୱାସ୍ଥ୍ୟ ଓ ତାର ଚିକିତ୍ସା ବିଷୟରେ ସମସ୍ତ ଙ୍କୁ ଅବଗତ କରିବା ସହିତ ଏହାର ସଫଳ ରୁପାୟନ ପାଇଁ ସମସ୍ତ ଙ୍କ ସହଯୋଗ ଲୋଡିଥିଲେ ।

ଅତିରିକ୍ତ ଜିଲ୍ଲା ପ୍ରଣୀ ଚିକିତ୍ସା ଅଧିକାରି ଡାକ୍ତର ପ୍ରଣବ ପଟ୍ଟନାୟକ ଜଣେ ମାନସିକ ଅସୁସ୍ଥ ବ୍ୟକ୍ତି ଭଲ ଅବସ୍ଥାକୁ ଫେରିବା ପରେ ତାର ସ୍ଥାୟୀ ଜିବିକା ପାଇଁ ତାଙ୍କ ବିଭାଗ ତରଫରୁ ଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ କରିବା ସହିତ ତାଙ୍କୁ ଏଥିରେ ସାମିଲ କରିବା ପାଇଁ ସବୁ ପ୍ରକାର ସହାୟତା କରିବାକୁ ପ୍ରତିଶୃତି ଦେଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତି କରଣ ବିଭାଗ ତରଫରୁ ଦିନେଶ କୁମାର କହଁର ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ର ପଞିକରଣ ଓ ସେମାନ ଙ୍କ ସାମାଜିକ ସୁରକ୍ଷା ଦିଗରେ ସମସ୍ତ ସହ ଯୋଗ କରିବାକୁ ତାଙ୍କ ବକ୍ତବ୍ୟରେ କହିଥିଲେ । ରୋଟାରୀ କ୍ଲବ୍, ଫୁଲବାଣୀ ତରଫରୁ ସଭାପତି ପ୍ରକାଶ କୁମାର ପଣ୍ଡା ଏ ଦିଗରେ ସମସ୍ତ ସହାୟତା ଦେବାପାଇଁ ପ୍ରତିଶୃତି ଦେଇଥିଲେ ।
ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ସମସ୍ତ ଆଲୋଚନା ର ସାରାଂଶ କହିବାକୁ ଯାଇ ସମାଜରେ ଅବହେଳିତ ସମୁଦାୟ ଙ୍କ ପାଇଁ କିଛି କରିବାକୁ ହେଲେ ନିଜକୁ କିଛି ତ୍ୟାଗ କରିବା ସହିତ ନିଷ୍ଠାପରତା ଦେଖାଇବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଆଲୋଚନା ରେ ୪୦ ରୁ ଉର୍ଦ୍ଧ ବିଭିନ୍ନ ବିଭାଗର ଅଧିକାରି ମାନେ ଯୋଗ ଦେଇଥିବା ବେଳେ ଅନୁଷ୍ଠାନ ର ଟ୍ରେଜରର୍ ସାନ୍ତନୁ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଗୋଷ୍ଠି ସହାୟକ ମାନେ ସେମାନଙ୍କର ଅଭିଜ୍ଞତା ଉପସ୍ଥାପନା କରିଥିବା ବେଳେ ପରିଚାଳନା ରେ ଦିପେଶ ମହାକୁଡ, ମାନିନିନ ବିଶୋଇ, ନନ୍ଦିନି ପ୍ରଧାନ, ଜୋତ୍ସନା ଦିଗାଲ. ଋିନା ବେହେରା ଓ ନମିତା ଦିଗାଲ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।














