ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ବାଗଲପୁର ସ୍ଥିତ ବିପିନ ବିହାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ର, ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ଓ ଅତିଥି ମାନଙ୍କ ଗହଣରେ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ କରାଯାଇଛି।ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତପନ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏକ ସଚେତନତା ସଭାରେ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ୍ ପ୍ରଭାତ କୁମାର ରଥ,ସହ ଶିକ୍ଷା ଅଧିକାରୀ ଯଶୋଦା ସାହୁ,

ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା,ପ୍ରଧାନ ଶିକ୍ଷକ ବିଜୟ ବେହେରା,ସଞ୍ଜୀବ ପଟ୍ଟନାୟକ,ଅରୁଣ ଶତପଥୀ,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଅରୁଣ କୁମାର ଦାସ,ସୁନୀତା ରାଉତରାୟ ପ୍ରମୁଖ ଯୋଗଦେଇ ବୃକ୍ଷ ଲଗାଇବାର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ ।
ପରିବେଶର ସନ୍ତୁଳନ ରକ୍ଷା ପାଇଁ ମାଆ ଙ୍କ ନାମରେ ବୃକ୍ଷ ଟିଏ ଲଗାଇବା ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ଅତିଥି ମାନେ ବୁଝାଇଥିଲେ। ବିଭିନ୍ନ କିସମର ଉପକାରୀ ବୃକ୍ଷ ଆଜି ଲଗାଯିବା ପରେ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ଵ ଛାତ୍ର ଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ଛାତ୍ର ଛାତ୍ରୀମାନେ ନିଜ ନିଜର ବାଡି ବଗିଚାରେ ଗୋଟିଏ ଲେଖାଏଁ ଗଛ ଲଗାନ୍ତୁ ବୋଲି ଅତିଥିମାନଙ୍କ ପକ୍ଷରୁ କୁହାଯାଇଥିଲା ।














