ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- କ୍ଷୁଦ୍ରଦାନା ଶଶ୍ୟ ମାଣ୍ଡିଆ କୁ ପୋ୍ରତ୍ସାହନ ପାଇଁ କନ୍ଧମାଳ ଜିଲ୍ଲାରେ ଶ୍ରୀ ଅନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଟିକାବାଲୀ ବ୍ଲକ୍ ରେ ମଧ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜିଲ୍ଲା କୃଷି ବିଭାଗ ଙ୍କ ମିଳିତ ସହାୟତା ରେ ଏହା ଚାଲୁରହିଛି । ଏହି ପରିପ୍ରେକ୍ଷିରେ ପାବୁରିଆ ଗ୍ରାମ ପଂଚାୟତ ବୈଠକ ଗୃହରେ ଚାଷୀ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଏକ ଦୁଇଦିନିଆ ତାଳିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଉକ୍ତ ତାଲିମ ରେ କନ୍ଧମାଳ ମୁଖ୍ୟ ଜିଲ୍ଲା କୃଷୀ ଅଧିକାରି ଚିତରଞନ ସତପଥୀ ଯୋଗ ଦେଇ ଉପସ୍ଥିତ ଚାଷୀ ମାନଙ୍କୁ ମାଣ୍ଡିଆ ଚାଷରେ ଆଗ୍ରୋନୋମିକ ପ୍ରାକ୍ଟିସ ୍ କରିବାକୁ ପ୍ରବର୍ତାଇବା ସହିତ ବ୍ଲକ୍ ର କଇଁଝର ପଂଚାୟତ କୁ ମୋଡେଲ ହିସାବରେ ନେଇ କାର୍ଯ୍ୟ କରିବାକୁ କହିଥିଲେ । ଆହୁରି ମଧ୍ୟ ସେ ମାଣ୍ଡିଆ ଓ ସ୍ୱଦେଶୀ ଧାନ ଚାଷ କରିବାକୁ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଗୁଟିଙ୍ଗିଆ ଗ୍ରାମପଂଚାୟତ ର କେଙ୍ଗଲେଙ୍ଗିଆ ଗ୍ରାମର ଚାଷୀ ନବଘନ ପ୍ରଧାନ ଙ୍କ ଜମିରେ ୧୪ ପ୍ରକାର ର ଅଧିକ ଅମଳ କ୍ଷମ ସ୍ୱଦେଶୀ ଧାନ ଏବଂ ବୁର୍ବିନାଜୁ ଗ୍ରାମପଂଚାୟତ ର ପେନାଗୋବେରି ଗ୍ରାମ ତୁଳସୀ ସ୍ୱୟଂସହାୟକ ଦଳ ମାଧ୍ୟମରେ ୦୭ ପ୍ରକାରର ଧାନ ଭେରାଇଟି କୁ ପରିକ୍ଷାତ୍ମକ ଭାବେ ଚାଷ କରିବା ପାଇଁ ଯୋଜନା କରିଥିଲେ ।















